Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସର ମହାପ୍ରଭାବ, ୨୦ ଦିନ ପରେ ମନ୍ଦିରକୁ ଗଲେ ମହାପ୍ରଭୁ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଅର୍ଗସର ମହାପ୍ରଭାବ, ୨୦ ଦିନ ପରେ ମନ୍ଦିରକୁ ଗଲେ ମହାପ୍ରଭୁ

Key Points

  • ଅର୍ଗସରେ ଖବର ପରେ ଖୋର୍ଦ୍ଧା ମଙ୍ଗଳାଯୋଡ଼ିରେ ମନ୍ଦିରକୁ ଗଲେ ଶ୍ରୀଜିଉ
  • ପୂଜକଙ୍କୁ ପାଉଣା ନମିଳିବାରୁ ୨୦ ଦିନହେଲା ରଥରେ ଥିଲେ ମହାପ୍ରଭୁ
  • ସେପଟେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ୩ ରଥର ଭଙ୍ଗା କାର୍ଯ୍ୟ
  • ନନ୍ଦିଘୋଷର ଚକ ନିଲାମ ମୂଲ୍ୟ ଏଥର ଦେଢ ଲକ୍ଷ ଟଙ୍କା ଧାର୍ଯ୍ୟ

ଅର୍ଗସ ବ୍ୟୁରୋ : ଶେଷରେ ପୋଲିସର ହସ୍ତକ୍ଷେପ ପରେ ଦେଉଳକୁ ବିଜେ କଲେ ଚତୁର୍ଦ୍ଧା ମୂରତି। ଗ୍ରାମବାସୀ ଘଣ୍ଟ ଘଣ୍ଟା ଖୋଳ କୀର୍ତ୍ତନ କରି ଦିଅଁମାନଙ୍କୁ ମନ୍ଦିର ଭିତରକୁ ନେଇଛନ୍ତି। ଖୋର୍ଦ୍ଧା ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ି ଗାଁରେ ବାହୁଡ଼ା ଯାତ୍ରାଠାରୁ ସେମିତି ରଥରେ ରହିଥିଲେ ଚତୁର୍ଦ୍ଧା ମୂରତୀ। ପୂଜକଙ୍କୁ ପାଉଣା ମିଳିନଥିବାରୁ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏନେଇ ଅର୍ଗସରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଥିଲା ପୋଲିସ। ପରେ ପୂଜକ ଆସି ୨୦ ଦିନ ପରେ ଦିଅଁମାନଙ୍କୁ ମନ୍ଦିର ଭିତରକୁ ନେଇଥିଲେ। 
ସେପଟେ ଶ୍ରୀକ୍ଷେତ୍ରରେ ୩ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି। ନିୟମ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଚିଠି ପରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ଓ ରଥକାଠ ତତ୍ତ୍ବାବଧାରକଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଛି ରଥ ଭଙ୍ଗା ପ୍ରକ୍ରିୟା। ପ୍ରାରମ୍ଭିକ ପର୍ଯ୍ୟାୟରେ ୮ ଜଣ ଭୋଇ ସେବକଙ୍କ ଦ୍ଵାରା ଆରମ୍ଭ ହୋଇଛି ଦେବଦଳନ ରଥ ଭାଙ୍ଗିବା କାମ । ପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ। ପ୍ରାୟ ୧୨ ରୁ ୧୫ ଦିନ ଲାଗିବ ଏହି କାମ ସାରିବାକୁ।  

ଅଧିକ ପଢନ୍ତୁ : କୋଟି ଓଡିଆଙ୍କ ମଉଡମଣିଙ୍କୁ ଏମିତି ଅବସ୍ଥା !

ଏବର୍ଷ ନୂଆ ଏସଓପି ଅନୁସାରେ ହେବ ୩ରଥର ଚକ ନିଲାମ ପ୍ରକ୍ରିୟା। ୫୦ ପ୍ରତିଶତ ରଥଚକ ବିଭିନ୍ନ ସାଂସ୍କୃତିକ ଓ ଧର୍ମୀୟ ଅନୁଷ୍ଠାନ, ଲୀଳାକ୍ଷେତ୍ର, ଦାରୁ ମିଳିଥିବା କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ଏଥିସହିତ ବିଭିନ୍ନ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଦିଆଯିବ। ଅନ୍ୟ ୫୦ ପ୍ରତିଶତ ପାଇଁ ଆବେଦନ କରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନ ୱେବ୍ ସାଇଟ୍ ଜରିଆରେ ୧୦୦୧ ଟଙ୍କା ଦେଇ ନୀଲାମି ପାଇଁ ଆବେଦନ କରାଯାଇପାରିବ। ଅଫ୍ ଲାଇନ୍ ରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଆବେଦନ କରିହେବ। ରଥ ଚକ ନିଲାମ ପାଇଁ ଗଠିତ ସବ୍ କମିଟି ଏହାର ନିଷ୍ପତ୍ତି ନେବ। ଇଛୁକ ବ୍ୟକ୍ତିମାନେ WWW.shreejagannatha.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ବେସ୍ ପ୍ରାଇସ୍ ୧ଲକ୍ଷ ପରିବର୍ତ୍ତେ ଦେଢ଼ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଚକ ୫୦ ହଜାର ଟଙ୍କା ଏବଂ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ଚକ ୬୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ପ୍ରଭାର ଦର ୨୫ ହଜାର ଟଙ୍କା ରଖାଯାଇଥିବା ବେଳେ ଗୁଜ ଓ ଅଶ୍ବାରୀ ୧୦ ହଜାର ଟଙ୍କା ଲେଖାଏଁ ରଖାଯାଇଛି।
ପ୍ରତିବର୍ଷ  ଆଷାଢ଼ ମାସରେ ଘୋଷଯାତ୍ରା ଶେଷ ପରେ ଶ୍ରାବଣ ମାସ ବେଳକୁ ତିନି ରଥକୁ ଭାଙ୍ଗି ଦିଆଯାଇଥାଏ। ରଥର ପାର୍ଶ୍ଵ ଦେବା ଦେବୀ, ଅଶ୍ଵ, ସାରଥୀ, ଓଲଟ ଶୁଆ ଆଦିକୁ ପରବର୍ତ୍ତୀ ବର୍ଷ ପାଇଁ ସଂରକ୍ଷିତ ରଖାଯାଇଥାଏ।  ମହାପ୍ରଭୁଙ୍କ ନବକଳେବର ସମୟରେ ଏମାନଙ୍କୁ ନୂତନ ରୂପ ଦିଆଯାଇଥାଏ । ମହାପ୍ରଭୁ ପାତାଳୀ ହେବା ସମୟରେ ଏମାନଙ୍କୁ ମଧ୍ୟ ପୋତି ଦିଆଯାଇଥାଏ । ସେହିଭଳି ରଥର ଟୁକୁରା ଅଂଶ ଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ରଖାଯାଇ ମହାପ୍ରଭୁଙ୍କ କୋଠ ଭୋଗ ରୋଷେଇ କାମ ବେଳେ ବ୍ୟବହାର କରାଯାଏ । କିନ୍ତୁ ଚକ ଏବଂ ପ୍ରଭା ଗୁଡ଼ିକୁ ପାଇବା ପାଇଁ ହୋଇଥାଏ ନିଲାମୀ ପ୍ରକ୍ରିୟା। ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବା ପରେ ଉଚିତ୍ ପାଉଣା ଦେଇ ଏହାକୁ ପାଇଥାନ୍ତି ଭକ୍ତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the Lord went to the temple after 20 days | Argus News