Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁଇ ଦୁଇଟି କ୍ବାର୍ଟରକୁ ମିଶାଇ ନିର୍ମାଣ ହୋଇଥିଲା ଲଗଜରୀ ବଙ୍ଗଳା

Odisha

ଦୁଇ ଦୁଇଟି କ୍ବାର୍ଟରକୁ ମିଶାଇ ନିର୍ମାଣ ହୋଇଥିଲା ଲଗଜରୀ ବଙ୍ଗଳା

Manini Pattanayak
Browse all articles by Manini Pattanayak
·1 year ago·2 min read
ଦୁଇ ଦୁଇଟି କ୍ବାର୍ଟରକୁ ମିଶାଇ ନିର୍ମାଣ ହୋଇଥିଲା ଲଗଜରୀ ବଙ୍ଗଳା

ଭୁବନେଶ୍ୱର:  ଅର୍ଗସ କ୍ୟାମେରାରେ କଏଦ୍ ବବିଦାସଙ୍କ ବିଳାସପୂର୍ଣ୍ଣ ସରକାରୀ ବାସଭବନ । ଦୁଇ ଦୁଇଟି କ୍ବାର୍ଟରକୁ ମିଶାଇ ନିର୍ମାଣ ହୋଇଥିଲା ଲଗଜରୀ ବଙ୍ଗଳା । ଭିତର ଚାକଚକ୍ୟ ଦେଖିଲେ ଖୋସି ହୋଇଯିବ ଆଖି । ଅଭେଦ୍ୟ ପ୍ରାଚୀର ମଧ୍ୟରେ କଣ ଲୁଚାଇବାକୁ ଚେଷ୍ଟା କରୁଥିଲେ ବିଜେଡି ସାଂଗଠନିକ ସମ୍ପାଦକ ।    
 ରାଜ୍ୟବାସୀଙ୍କ ପାଇଁ ରହସ୍ୟର ବିଷୟ ପାଲଟିଥିବା ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନର ରାଜ୍ ସର୍ବପ୍ରଥମେ ସାମ୍ନାକୁ ଆଣିଛି ଅର୍ଗସ ନ୍ୟୁଜ୍। ଅର୍ଗସ ପ୍ରତିନିଧି ସନ୍ତୋଷ ଜେନା ଏହି ରହସ୍ୟ ଉପରୁ ଉଠାଇଛନ୍ତି ପରଦା। ଆଉ ଓଡ଼ିଶାବାସୀଙ୍କୁ ଦେଖାଇଛନ୍ତି କଣ ରହିଛି ବବି ଦାସଙ୍କ କ୍ବାର୍ଟରର ଅଭେଦ୍ୟ ପ୍ରାଚୀର ମଧ୍ୟରେ। 

ଏହି କ୍ବାର୍ଟରର ସବୁଠୁ ରହସ୍ୟ ମୟ ଅଂଶ ହେଉଛି ବିଳାସପୂର୍ଣ୍ଣ ଭୂତଳ ଭବନ। ଆମେ ପହଞ୍ଚିବା ପୂର୍ବରୁ ଏହାକୁ ଭାଙ୍ଗି ଛିନଭିନ୍ କରିଦିଆଯାଇଥିଲା। ତଥାପି ଏହି ଅଣ୍ଡରଗ୍ରାଉଣ୍ଡ ଘରର ଚାକ୍ୟଚକ୍ୟ ଚିହ୍ନ ସଂପୂର୍ଣ୍ଣ ଲିଭିନଥିଲା।  ଏହି ରହସ୍ୟମୟ କ୍ବାର୍ଟର ଆଉ ଏକ ବିଳାସପୂର୍ଣ୍ଣ ଅଂଶ ହେଉଛି ଉଡେନ୍ କଟେଜ୍। ଗଛ ଉପରେ ତିଆରି ସଂପୂର୍ଣ୍ଣ କାଠର ଘର। 

ତେବେ ଆଉ ଏକ ବିଲଡିଂର ରହସ୍ୟ ସବୁ ଦିନ ପାଇଁ ରହସ୍ୟ ହୋଇ ରହିଗଲା। ଅର୍ଗସର କ୍ୟାମେରା ପହଞ୍ଚିବା ପୂର୍ବରୁ ଏହି ତିନି ତଳ ବିଶିଷ୍ଟ ଘରକୁ ସଂପୂର୍ଣ୍ଣ ଭାଙ୍ଗିଦିଆଯାଇ ସାରିଥିଲା। କେବଳ ଯାହା ଷ୍ଟ୍ରକଚର ବାକିଥିଲା। ଏହି ଆଲିସାନ କ୍ବାର୍ଟରର ଇଣ୍ଟରିଅର କୌଣସି ପଞ୍ଚତାରକା ହୋଟେଲରୁ କମ୍ ନୁହେଁ।  ପ୍ରତ୍ୟେକ କୋଣରେ ମହଙ୍ଗା ଆସବାବପତ୍ର ଏବେ ବି ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ ଅନୁମାନ କରୁନ୍ତୁ କେତେ ବିଶାଳକାୟ ଥିଲା ଏହି ନିର୍ମାଣ ସବୁ ଯାହାକୁ ନିଶ୍ଚିହ୍ନ କରିବାକୁ ଦିନରାତି ଏକ କରି ଲାଗିଛନ୍ତି 20ରୁ ଅଧିକ ଶ୍ରମିକ ଓ ମେସିନ୍। ପ୍ରଥମେ ପ୍ରଥମେ ଆମ କ୍ୟାମେରାକୁ ଦେଖି କେତେକ ଶ୍ରମିକ ଦୌଡ଼ି ପଳାଇଥିଲେ ଆଉ ଆମେ ପିଛା କରିବାରୁ ଲୁଚିଯିବାକୁ ଚେଷ୍ଟା କରିଥିଲେ।  
ଭାଙ୍ଗିବାକାମରେ ନିୟୋଜିତ ଶ୍ରମିକମାନଙ୍କୁ ବି ଏପରି ତାଲିମ୍ ଦିଆଯାଇଛି ଯେ କେହି କିଛି କ୍ୟାମେରା ଆଗରେ ମୁହଁ ଖୋଲିଲେ ନାହିଁ।  ଆମେ ବବି ଦାସଙ୍କ ରହସ୍ୟମୟ ସରକାରୀ ବସଭବନ ମଧ୍ୟରେ କୌଣସି ମତେ ପ୍ରବେଶ ତ କରିଗଲୁ କିନ୍ତୁ ବାହାରକୁ ଆସିବା ବେଳକୁ ଗେଟରେ ତାଲା ପଡ଼ିସାରିଥିଲା।

ତେବେ ଯେତିକି କଥା ଆମ କ୍ୟାମେରାରେ କଏଦ ହେଲା ତାହା ସଂପୂର୍ଣ୍ଣ ନୁହେଁ। ଆହୁରି ଅନେକ କିଛି ବିଳାସପୂର୍ଣ୍ଣ ବ୍ୟବସ୍ଥାର ଚିହ୍ନ ବର୍ଣ୍ଣକୁ ଗତ 21 ଦନ ମଧ୍ୟରେ ଲିଭାଇ ଦିଆଯାଇ ସାରିଛି। କୁହାଯାଉଛି ଏଠାରେ ଆଭିଜାତ୍ୟ ପୂର୍ଣ୍ଣ ସୁଇମିଂ ପୁଲ ସାଙ୍ଗକୁ କୃତ୍ରିମ ସ୍ନୋ ଫଲର ପରି ଅନେକ ବିଳାସପୂର୍ଣ୍ଣ ବ୍ୟବସ୍ଥା ଥିଲା। ଏହି ଦୃଶ୍ୟ ଅନେକ ପ୍ରଶ୍ନ ଉଠାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ବବି ଦାସଙ୍କ ଏହି ଲଗଜରିଅସ କ୍ବାର୍ଟର ଆଗରେ କେଜରୀୱାଲଙ୍କ କ୍ବାର୍ଟର କିଛି ବି ନୁହେଁ। ସେ ତ ଜଣେ ମୁଖ୍ୟମନ୍ତ୍ରୀ। କିନ୍ତୁ ବବି ବାସ ଥିଲେ ଜଣେ ବିଧାୟକ। ବାକି ଯାହା ବିଚାର କରିବେ ଆପଣ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
The luxurious official residence of Quaid Babi das captured on Argus Camera | Argus News