ନଦୀରେ ଲୁଣି ପାଣି ପୁରାଉଛନ୍ତି ମାଫିଆ
·1 year ago·1 min read

ଅର୍ଗସ ବ୍ୟୁରୋ: ମାଛ ଧରିବା ପାଇଁ ଜୋରଜବରଦସ୍ତି ନଦୀରେ ଲୁଣି ପାଣି ପୁରାଉଛନ୍ତି ମାଫିଆ । ଯାହା ଦ୍ଵାରା ଶହ ଶହ ହେକ୍ଟର ଚାଷଜମି ନଷ୍ଟ ହେଉଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକ ଗୋଡ଼ା ପଞ୍ଚାୟତରେ। ମାଫିଆ ମାନେ ବେଆଇନ୍ ଲିଜ୍ ଆକାରରେ ଗାଈପାରିଆ ନଦୀ କୁ ନେଇ ଜୁଆର ସମୟରେ ସ୍ୱିଚ ଗେଟ୍ ଚାବି ଖୋଲି ନଦୀରେ ଲୁଣି ପାଣି ପୁରାଇଥିବାରୁ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେଉଛି।
ସ୍ୱିଚ ଗେଟ୍ ଚାବି ନଦୀ ବେଆଇନ୍ ଲିଜ ନେଇଥିବା ମାଫିଆ ଙ୍କ କୁଡ଼ିଆ ରହିଛି। ଏଠି ବଡ଼ପ୍ରଶ୍ନ ସଲାଇନ୍ ଡିପାରର୍ଟମେଣ୍ଟ ଅଧୀନ ରେ ଥିବା ସ୍ୱିଚ ଗେଟ୍ ଚାବି ମାଫିଆମାନେ ପାଇଲେ କିପରି, ନା ନକଲ ଚାବି କରି ମାଛ ଧରିବା ପାଇଁ ଲୁଣିପାଣି ପୂରାଉଛନ୍ତି ତାହା ପ୍ରଶାସନର ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ସଲାଇନ୍ ଡିପାରର୍ଟମେଣ୍ଟ ଏସ.ଡି.ଓ। ନକଲ ଚାବି କରି ସ୍ୱିଚ ଗେଟ୍ ଖୋଲିଥିଲେ ହେବ କାର୍ଯ୍ୟନୁଷ୍ଠାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: