Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାତି ଅଧରେ ମୋରମ ଲୁଟୁଛନ୍ତି ମାଫିଆ

Odisha

ରାତି ଅଧରେ ମୋରମ ଲୁଟୁଛନ୍ତି ମାଫିଆ

Ritu Das
Browse all articles by Ritu Das
·2 years ago·2 min read
ରାତି ଅଧରେ ମୋରମ ଲୁଟୁଛନ୍ତି ମାଫିଆ

ଅର୍ଗସ ବ୍ୟୁରୋ: ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ନୀଳଗିରି  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନରାତି ଖୁଲମଖୁଲା ଆଦିବାସୀଙ୍କୁ ମୋହରା ବନାଇ ରାଜସ୍ବ ଲୁଟୁଛନ୍ତି ମାଫିଆ। ଯିଏ ଯେଉଁଠି ପାରିଲା ଲୁଟ କଲା ମୋରମ। ସେ ଜଙ୍ଗଲ ଜମି ହେଉ କି ରାଜସ୍ୱ ଜମି ହେଉ। ସବୁଠି ଚାଲିଛି ଲୁଟ।

ମାଫିଆ ଓ ସରକାରୀ ଅଧିକାରୀ ମିଳି ଭାବେ ନୀଳଗିରିରେ ଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ।  ଖଣିଜ ସମ୍ପଦର ଭରପୁର ଭରା ନୀଳଗିରି। ଯେଉଁଠି ପ୍ରଚୁର ପରିମାଣରେ ଥିବା ମୋରମ ମାଟି ଉପରେ ଏବେ ମାଫିଆଙ୍କ ପଡିଛି ଲୋଲୁପ ନଜର। ଯାହା ପ୍ରଶାସନର ଜ୍ଞାତ ସାରରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ ହେଉଥୁବା ନେଇ ନୀଳଗିରି ବିଧାୟକ ତହସିଲଦାରଙ୍କ ଠୁଁ ଜିଲ୍ଲାପାଳ ଯାଏ ଅଭିଯୋଗ କରିଛନ୍ତି। ହେଲେ ୟା ପରେବି ଚାଲିଛି ମାଫିଆଙ୍କ ମନମାନି। ସେପଟେ ଫାଇନ ଲଗାଇବା କ୍ଷମତା ରାଜସ୍ୱ ହାତରୁ  ନେବାପରେ ନୀଳଗିରିରେ ମାଇନିଂ କାର୍ଯ୍ୟାଳୟ ନଥିବାରୁ ମାଫିଆଙ୍କ ଉପରେ ଫାଇନ ଲଗାଇ ପାରୁନି ରାଜସ୍ୱ ବିଭାଗ ଫଳରେ ମାଫିଆଙ୍କ ସାହାସ ଅଧିକ ହେଉଥୁବା କଥା ସ୍ଵୀକାର କରିଛନ୍ତି ତହସିଲଦାର। 

ରାଜସ୍ବ ଜମି ପରେ ମାଫିଆଙ୍କ ନଜର ପଡିଛି ଜଙ୍ଗଲ ଜମି ଉପରେ। କୁଳଡିହା ଅଭୟାରଣ୍ୟର ଇକୋସେନସିଟିଭ ଜୋନ୍ ଅଧୀନ ବଉଳଗଡ଼ିଆ ଓ କେଶରୀପୁର ଠାରେ ଦିନରାତି ଚାଲିଛି ମୋରମ ଲୁଟ। ନୀଳଗିରି ବିଧାୟକ ଘଟଣାସ୍ଥଳକୁ ଯାଇ ଲୁଟ ଦେଖିବା ସହ କ୍ଷୋଭ ପ୍ରକାଶ କରିଥିଲେ। ଅଭିଯୋଗ ହେଉଛି କିଛି ଉଭୟ ବିଭାଗର କିଛି ତଳ ସ୍ତରର ଅଧିକାରୀଙ୍କ ଏହି ଲୁଟର ସମ୍ପୃକ୍ତି ରହୁଛି। ଏ ହେଉଛି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବୁହା ଚାଲିଥିବା ବେଆଇନ ମୋରୋମ ଗାଡିର ଚିତ୍ର। ଦିନ ଦ୍ବିପ୍ରହରରେ ତ ଏମିତି। ରାତିହେଲେ ଗାଡି ଗଣିବା ବି କଷ୍ଟକର ହୋଇପଡିବ ଏତେ ମୋରମ ବୁହା ଚାଲିବ ଏ ରାସ୍ତାରେ। ଜଙ୍ଗଲ ଜମିରୁ ମୋରମ ଲୁଟ ଯୋଗୁଁ ମାଇନ୍ସ ପରି ବଡ଼ ବଡ଼ ଗର୍ତ୍ତ ହେବା ଯୋଗୁଁ ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ଗ୍ରାମ ମୁହାଁ ହେଉଛନ୍ତି। ଏହାସହ ଗର୍ତ୍ତରେ ପଡି ଜୀବନ ଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପରିବେଶବିତ ଅସିତ ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଙ୍ଗଲ ଜମି ପରେ ଏବେ ଦେଖନ୍ତୁ ରାଜସ୍ବ ଜମିର ଛବି ଉପରେ ଟିକେ ନଜର ପକାନ୍ତୁ ଜାମୁଡିହା ନିକଟ ମୋରମ ଖଣିଆ ଅଞ୍ଚଳକୁ। ଅଞ୍ଚଳରେ ଏତେ ମୋରମ ଯାଇଛି ଯେ ଅଞ୍ଚଳର ନାଁକୁ ଲୋକେ ମୋରମ ଖଣି କରିଦେଇଛନ୍ତି। ପୂର୍ବରୁ  ନିୟମ ଭିତରେ କିଛି ମୋରମ ଉଠିଥିଲା। ଏବେ ତାହା ଅକ୍ସନ ବନ୍ଦ ଥିବାବେଳେ ବି ତାହାରି ଉପରେ ବେଆଇନ ଭାବରେ ଖୋଳି ଚୋରି ଚାଲିଛି। ଏଠିତ ସବୁ ସୀମା ପାର କରିଗଲେ ମାଫିଆ। ରାତିରେ ଘରଲୋକେ ଶୋଇଥିବା ବେଳେ ଘର କଡ଼ରୁ ତାଡି ମୋରମ ଚୋରି କରିନେଇଛନ୍ତି ମାଫିଆ। ବିରାଟ ଗାତ ଘର ଆଗରେ ଖୋଳିଦେଇଛନ୍ତି। ତହସିଲଦାର ଖବର ପାଇବା ପରେ ଏବେ ଘଟଣାସ୍ଥଳକୁ ଯାଇ ଉକ୍ତ ଗାତକୁ ବନ୍ଦ କରାଇଛନ୍ତି।

ତେବେ ପାଖରେ ଘର ଓ ଅଙ୍ଗନବାଡି ଥିବାରୁ ଗାତରେ ପିଲାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଅଛି ବୋଲି ଅଞ୍ଚଳ ଲୋକେ ଅଭିଯୋଗ କରିଛନ୍ତି।
ସେପଟେ ରାଜସ୍ୱ ବିଭାଗ ହାତରୁ ଫାଇନ ଲଗାଇବା ଅଧିକାର ମାଇନିଂ ବିଭାଗ ହାତକୁ ଚାଲିଯିବା ସହ ନୀଳଗିରିରେ ମାଇନ୍ସ କାର୍ଯ୍ୟାଳୟ ନ ଥିବାରୁ ମାଫିଆଙ୍କ ମାନମାନି ଅଧିକ ହେଉଥୁବା କଥା ନୀଳଗିରି ତହସିଲଦାର କହିଛନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
The mafia is robbing | Argus News