Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାତିଛନ୍ତି ମାଫିଆ, ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ମୋରମ

Odisha

ମାତିଛନ୍ତି ମାଫିଆ, ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ମୋରମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାତିଛନ୍ତି ମାଫିଆ, ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ମୋରମ

ଅର୍ଗସ ବ୍ୟୁରୋ:  ଘଞ୍ଚ ଜଙ୍ଗଲ ମଧ୍ୟରେ ଜେସିବି ସାହାଯ୍ୟରେ ଚାଲିଛି ଖୁଲମ ଖୁଲା ମୋରମ ଖୋଳା। ରାତାରାତି ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ଶହ ଶହ ଟ୍ରାକ୍ଟର ମାଟି ଓ ମୋରମ। ଏ ହେଉଛି ଚନ୍ଦାହାଣ୍ଡିର ଦୁର୍ଗମ ଅଞ୍ଚଳର ଦୃଶ୍ୟ। ସରକାରଙ୍କ ତରଫରୁ ଏଠାରେ କୌଣସି ମୋରମ ଖାଦାନକୁ ନିଲାମ କରାଯାଇନଥିବା ବେଳେ ମାଫିଆ ମାନେ ଜେସିବି ଲଗେଇ ଏଠାରୁ ଲୁଟି ନେଉଛନ୍ତି ଟ୍ରକଟ୍ରକ୍ ମୋରମ। ମୋରମ ଖନନ ପାଇଁ ଏଠାରେ ଅନୁମତି ନଥିବା ବେଳେ ଏଠାରେ କିନ୍ତୁ ବେଧଡକ ଭାବେ ଚାଲିଛି ମୋରମ ଚାଲଣ। ମାଫିଆଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହାର ସୁଯୋଗ ନେଇ ମୋରମ ମାଫିଆ ମାନେ ମୋରମ ଖାଦାନରୁ ଟ୍ରିପ ଟ୍ରିପ ମୋରମ ଚୋରା ଚାଲାଣ କରୁଛନ୍ତି।

ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରୁ ଏଭଳି ବେଆଇନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବେଆଇନ ମୋରମ ଖନନ ଉପରେ କେବେ ଲାଗିବ ରୋକ ? କାରଣ ଏଭଳି ଚୋରାଚାଲଣ ଯୋଗୁଁ ଏବେ ଅସୁରକ୍ଷିତ ଜଙ୍ଗଲ ପରିବେଶ। ବେଆଇନ ଚୋରା ଚାଲଣ ଯୋଗୁଁ ବହୁ ଗଛ ବଳି ପଡୁଥିବା ବେଳେ ଏଥିପାଇଁ ଦୁର୍ଗମ ଅଞ୍ଚଳର ରାସ୍ତା ଘାଟ ମଧ୍ୟ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The mafia is terror, they are looting from land by setting up JCB | Argus News