କାନ୍ଦୁଛି ମହୁଲ: ସହାୟତା ଅପେକ୍ଷାରେ ମହୁଲ ଗୋଟାଳି

ନୂଆପଡା: କାନ୍ଦୁଛି ମହୁଲ,ସହାୟତା ଅପେକ୍ଷାରେ ମହୁଲ ଗୋଟାଳି। ଆଶା ମିଳିବ ସରକାରୀ ପ୍ରୋତ୍ସାହନା। ମହୁଲ ଫୁଲର ବାସ୍ନା ଭଳି ମହକି ଉଠିବ ମହୁଲ ଗୋଟାଳିଙ୍କ ଜୀବନ । ତେବେ ଏହି ଆଶା ଏବେ ସାତସପନ ହୋଇ ରହିଯାଇଛି । ଦଲାଲଙ୍କ କବ୍ଜାରେ ଆଦିବାସୀଙ୍କ ମହୁଲ ଫୁଲ । ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି। ଜଙ୍ଗଲର ରାଣୀ ମହୁଲ। ଏହି ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି । ଦୁଇ ପଇସା ରୋଜଗାର ଆଶାରେ ଜଙ୍ଗଲରେ ଖରାତାତିରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକଙ୍କୁ କିନ୍ତୁ ମିଳୁନାହିଁ ଉଚିତ ପରିଶ୍ରମିକ । ଅଭାବୀ ବିକ୍ରୀର ଶିକାର ହେଉଛନ୍ତି ଗରିବ ମହୁଲ ଗୋଟାଳି ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ଉପାନ୍ତ ଖଇରପଦର ଅଞ୍ଚଳର l ସୀମାନ୍ତ ଇଲାକାର ଏହି ଲୋକେ ଚାଷ ଉପରେ ନିର୍ଭର କରନ୍ତି । ପରିବାର ପ୍ରତିପୋଷଣ ପାଇଁ ବର୍ଷ ତମାମ ଏମାନଙ୍କ ପାଖରେ କାମ ନ ଥିବାରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଖରାତାତିରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଜଙ୍ଗଲରୁ ଲଘୁବନ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇବାକୁ ଆଶା ରଖିଥିବା ଏହି ଗରିବ ଲୋକେ କିନ୍ତୁ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି । ବଜାର ଦର କଥା ଛାଡ଼ । ସରକାରୀ ଧାର୍ଯ୍ୟ ଦର ଠାରୁ ବି କମ ଦରରେ ମହୁଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏପଟେ ଗାଁ ଗାଁରେ ସକ୍ରିୟ ଅଛନ୍ତି ଛତିଶଗଡର ଦଲାଲ କୋଚିଆ ମାନେ। ମହୁଲ 15 ରୁ 20 ଟଙ୍କା ଭିତରେ କିଣି ଅନ୍ୟ ରାଜ୍ୟ କୁ ଚାଲାଣ କରି ହେଉଛନ୍ତି ମାଲେ ମାଲ୍ l
ସରକାର ୭୨ଟି ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ମହୁଲ ଫୁଲ ମଧ୍ୟ ସାମିଲ ଅଛି । କିନ୍ତୁ ମହୁଲ ଫୁଲ ସଂଗ୍ରହକାରୀ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି । ପୂର୍ବରୁ ବନ ଉନ୍ନୟନ ନିଗମ ପକ୍ଷରୁ ମଣ୍ଡି ମାଧ୍ୟମରେ ସିଧାସଳଖ ଲୋକଙ୍କ ଠାରୁ ମହୁଲ ଫୁଲ କିଣା ଯାଉଥିଲା । କିନ୍ତୁ ୧୨ ବର୍ଷରୁ ଅଧିକା ହେଲା ଏହା ବନ୍ଦ ରହିଛି । ଏହାର ଫାଇଦା ନେଉଛନ୍ତି ଅସାଧୁ ଦଲାଲ। କାନ୍ଦୁଛି ମହୁଲ,ସହାୟତା ଅପେକ୍ଷାରେ ମହୁଲ ଗୋଟାଳି। ଆଶା ମିଳିବ ସରକାରୀ ପ୍ରୋତ୍ସାହନା। ମହୁଲ ଫୁଲର ବାସ୍ନା ଭଳି ମହକି ଉଠିବ ମହୁଲ ଗୋଟାଳିଙ୍କ ଜୀବନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର