Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Ritu Das
Browse all articles by Ritu Das
·2 years ago
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଅର୍ଗସ ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ହେବ ବିଶେଷ ଆଲୋଚନା । ରତ୍ନ ଭଣ୍ଡାର ତଦାରଖ କମିଟି ନିଷ୍ପତ୍ତି ଉପରେ ବାଜିପାରେ ପରିଚାଳନା କମିଟି ମୋହର । ମୋହର ବାଜିବା ପରେ ରାଜ୍ୟ ସରକାରଙ୍କୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ବିଷୟରେ ସୁପାରିଶ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । 

ଗତକାଲି ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଆଯାଇଥିଲା ନିଷ୍ପତ୍ତି । ପରିଚାଳନା କମିଟିକୁ ଏନେଇ ସୁପାରିଶ କରିଛି ତଦାରଖ କମିଟି । ତେଣୁ ଆଜି ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ଆଲୋଚନା ହେବା ସହ ବାଜିବ ମୋହର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The meeting | Argus News