ସ୍ପଷ୍ଟ କଲା ପାଣିପାଗ ବିଭାଗ ଆସୁଛି `ବାତ୍ୟା'

ଭୁବନେଶ୍ୱର: ବଳ ଗୋଟାଉଛି ବାତ୍ୟା ଦାନା । କାଲି ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । 22ରେ ଅବପାତ ଓ 23ରେ ବାତ୍ୟାରେ ପରିଣତ ହେବ । 24 ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବାତ୍ୟା । ଏହି ସମୟରେ ସର୍ବାଧିକ 120 କିଲୋମିଟର ଯାଏଁ ରହିବ ପବନର ବେଗ । ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ଅତି ପ୍ରବଳ ବର୍ଷା । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, 24 ଓ 25 ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । 20ରୁ 30 ସେମି ବର୍ଷା ହୋଇପାରେ । ଉପକୂଳବର୍ତ୍ତୀ ଜିଲ୍ଲାର ଖାଲୁଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି। 25 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି 21 ତାରିଖ ସୁଦ୍ଧା ଫେରି ଆସିବାକୁ ଦିଆଯାଇଛି ପରାମର୍ଶ।
ବାତ୍ୟା ପ୍ରଭାବରେ 24ରୁ 26 ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । 24 ତାରିଖରେ ଅତ୍ୟନ୍ତ ଭାରୀ ବା ଭୀଷଣ ବର୍ଷା ଲାଗି ପାଇଁ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଏହି 5ଟି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଲାଗି ଜାରି ହୋଇଛି ଅରେଞ୍ଜ ଆଲର୍ଟ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା। ଏହି 10ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। 25 ତାରିଖରେ ମଧ୍ୟ ଭଦ୍ରକ, ବାଲେଶ୍ବର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାତ୍ୟା ମୁକାବିଲା ଲାଗି ସତର୍କ ରହିବା ସହ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଭାଗର ଅଧିକାରୀଙ୍କ ଆଲୋଚନା କରିଛନ୍ତି ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡ୍ରାଫ୍, NDRF ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ।
📱 Get Argus News App
✨ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି କେହି ବି ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ ନକରିବାକୁ ତାଗିଦ୍ କରିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ । କହିଛନ୍ତି ସମସ୍ତେ ସତର୍କ ହୁଅନ୍ତୁ । ସରକାର କଳାବଜାରୀ ବରଦାସ୍ତ କରିବେ ନାହିଁ । ବିଭାଗୀୟ ଅଧିକାରୀ ମାନେ ଷ୍ଟକ୍ ପଏଣ୍ଟ ଚେକ୍ କରିବା ସହ ଏନଫୋର୍ସମେଣ୍ଟ ଟିମ୍ ଏହାର ତଦାରଖ କରିବେ। ଲଘୁଚାପ ଚିତ୍ର ସ୍ପଷ୍ଟ ହେବା ପରେ କେଉଁ ଜିଲ୍ଲା କେତେ ପ୍ରଭାବିତ ହେବ ଓ କେତେ ପରିମାଣର ବର୍ଷା ହେବ, ତାର ସଠିକ୍ ଆକଳନ କରାଯାଇପାରିବ ବୋଲି କହିଛି ପାଣିପାଗ ବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର