Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରୁ ମିଳିଲା ଆଶ୍ୱସ୍ତି, ଦୁଇ ଦିନ ଭିଜିବ ଧରାପୃଷ୍ଠ 

Manini Pattanayak
Browse all articles by Manini Pattanayak
·2 years ago
ତାତିରୁ ମିଳିଲା ଆଶ୍ୱସ୍ତି, ଦୁଇ ଦିନ ଭିଜିବ ଧରାପୃଷ୍ଠ 

 ଭୁବନେଶ୍ୱର:  କମିଲା ତାତି।  ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଆସନ୍ତା ୨ ଦିନ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ।  ଆସନ୍ତା  ୨ ଦିନ  ରାଜ୍ୟରେ କିଛି  ସ୍ଥାନରେ  ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ଆକଳନ।  ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା  ନେଇ  ପୂର୍ବାନୁମାନ। ଘଡଘଡି  ସହ ବର୍ଷା ଦଲକା ପବନ  ବହିବା ନେଇ ସୂଚନା । କାଲି ବର୍ଷାର ପରିମାଣ  ବଢିବା  ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ।  ସେହିପରି କାଳବୈଶାଖି ପ୍ରଭାବରେ ତାତି କମିଛି ।  

ଅପରାହ୍ନ ସାଢେ ୨ଟା ସୁଦ୍ଧା ୩୮ ତଳେ ତାପମାତ୍ରା। ୩୭.୨ ଡିଗ୍ରୀ  ସହ ଭୁବନେଶ୍ୱର  ସବୁଠୁ  ଉତ୍ତପ୍ତ ସହର। ରାଉରକେଲା ୩୬.୪, ସମ୍ବଲପୁର ୩୬.୩, ଝାରସୁଗୁଡା ୩୬.୨ ଡିଗ୍ରୀ, ହୀରାକୁଦ ୩୬, ଚାନ୍ଦବାଲି ୩୫.୭, ବାଲେଶ୍ୱର ଓ କେନ୍ଦୁଝର ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Meteorological Department informed about rain for the next 2 days. | Argus News