|
logo
Live

Argus News - ବେଆଇନ୍ ଭାବେ ଚାଲାଣ ହେଉଛି ଲଘୁଖଣିଜ ଦ୍ରବ୍ୟ

Odisha

ବେଆଇନ୍ ଭାବେ ଚାଲାଣ ହେଉଛି ଲଘୁଖଣିଜ ଦ୍ରବ୍ୟ

Manini Pattanayak
Browse all articles by Manini Pattanayak
·1 year ago·2 min read
ବେଆଇନ୍ ଭାବେ ଚାଲାଣ ହେଉଛି ଲଘୁଖଣିଜ ଦ୍ରବ୍ୟ

ଢେଙ୍କାନାଳ: ଢେଙ୍କାନାଳରେ ମାତିଛନ୍ତି ଖଣି ମାଫିଆ। 144 ଧାରା ସତ୍ବେ ଷଡ଼ଙ୍ଗୀ ବନଖଣ୍ଡ ନିଶ୍ଚିତା ପାହାଡ଼ରେ ଚାଲିଛି ଦିନ ରାତି ବ୍ଲାଷ୍ଟିଂ। ଜଙ୍ଗଲ ଜମିରେ ଚାଲିଛି ବେଆଇନ ଖନନ କରାଯାଉଛି। ପଡ଼ୋଶୀ ଜିଲ୍ଲା ଯାଜପୁରକୁ ବେଧଡ଼କ ଭାବେ ଚାଲାଣ ହେଉଛି ଦୁର୍ମୂଲ୍ୟ କଳା ମୁଗୁନି ପଥର।  ଢେଙ୍କାନାଳରେ ମାତିଛନ୍ତି ଖଣି ମାଫିଆ । ଜିଲ୍ଲାରେ ବେଧଡ଼କ ଭାବେ ଚାଲିଛି ଲଘୁ ଖଣିଜ ଲୁଟ। ଦିନ ରାତି ଚାଲିଛି ବ୍ଲାଷ୍ଟିଙ୍ଗ । 144 ଧାରା ମାନୁ ନାହାନ୍ତି ମାଫିଆ । ସବୁ ଜାଣିଶୁଣି ଚୁପ ପ୍ରଶାସନ । ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଏ ହେଉଛି ଷଡଙ୍ଗୀ ବନଖଣ୍ଡ ଅଧୀନ ନିହଲପ୍ରସାଦରେ ଥିବା ନିଶ୍ଚିତା ପାହାଡ଼ର ଦୃଶ୍ୟ । କେମିତି ଏସ୍କା ଭେଟର ଡ୍ରିଲଙ୍ଗ୍  ମେସିନ ଲଗାଇ ମାଫିଆ ପାହାଡ଼ କାଟୁଛନ୍ତି । ନିଶ୍ଚିତା ପାହାଡ଼ରେ ଥିବା ଦୂର୍ମୂଲ୍ୟ କଳା ମୁଗୁନି ପଥରକୁ ପଡୋଶୀ ଜିଲ୍ଲା ଯାଜପୁର କୁ ଚାଲାଣ କରାଯାଉଥିବାର ଆସିଛି ସଙ୍ଗୀନ ଅଭିଯୋଗ ।

ନିଶ୍ଚିତା ପାହାଡ଼ ଜଙ୍ଗଲ ଜମି ହୋଇଥିବା ରୁ ଏହାକୁ ଦଶ ବର୍ଷ ହେବ ପ୍ରଶାସନ ପକ୍ଷରୁ ନିଲାମ କରାଯାଇନାହିଁ । ଗତ କିଛି ବର୍ଷ ତଳେ ମାଫିଆ ମାନେ ବେଆଇନ ବ୍ଲାଷ୍ଟିଂ କରି ପଥର ଉତୋଳନ କରୁଥିଲେ । ପ୍ରଶାସନ ଚଢାଉ ବେଳେ ମାଫିଆ ମାନେ ଆକ୍ରମଣ କରିଥିଲେ । ଏବେ ପୁଣି କିଛି ଦିନ ହେବ ମାଫିଆ ସକ୍ରିୟ ହୋଇ ଉଠିବା ସହ ବେଧଡକ ଭାବେ ଖଣି ଲୁଟ କରି ଚାଲିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଏହା ଉପରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି । ବିଜେଡିର 24 ବର୍ଷ ଶାସନ ସମୟରେ ସାରା ଓଡିଶାରେ ଚାଲିଥିଲା ଲଘୁ ଖଣିଜ ଦ୍ରବ୍ୟର ଖୁଲମଖୁଲା ଲୁଟ୍ । ଲିଜ୍ ଏରିଆ ବାହାରେ ଖଣି ଖୋଳି ମାଲେମାଲେ ହେଉଥିଲେ ମାଫିଆ । ଢେଙ୍କାନାଳର ପଡୋଶୀ ଯାଜପୁର ଜିଲ୍ଲାରେ ବେଆଇନ୍ ଖଣି ଚୋରା ଚାଲାଣକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଏହି ସମୟରେ ଢେଙ୍କାନାଳରୁ ପୁଣିଥରେ ଅଭିଯୋଗ ଆସିଛି ଲଘୁ ଖଣିଜ ସାମଗ୍ରୀର ଲୁଟ୍ । ଆଉ ଏହା ଉପରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ହୋଇଛି ଦାବି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବେଆଇନ୍ ଭାବେ ଚାଲାଣ ହେଉଛି ଲଘୁଖଣିଜ ଦ୍ରବ୍ୟ | Argus News