ଦିନ ଦ୍ୱିପ୍ରହରରେ ଖଣି ଅଧିକାରୀଙ୍କୁ ଗୋଡ଼େଇ ପିଟୁଛନ୍ତି ଖଣି ମାଫିଆ
·1 year ago·1 min read

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଖଣି ମାଫିଆଙ୍କ ଆତଙ୍କ ରାଜ। ଦିନ ଦ୍ବିପ୍ରହରରେ ଖଣି ଅଧିକାରୀଙ୍କୁ ଗୋଡ଼େଇ ପିଟିବା ସହିତ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ନିରାକାରପୁର ଥାନା ବଡ଼ପୋଖରିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ନୂଆ ଖଣି ଚିହ୍ନଟ ପାଇଁ ଗତ କିଛି ଦିନ ହେଲା ପାଞ୍ଚ ବିଭାଗର ଅଧିକାରୀଙ୍କୁ ନେଇ ଯାଞ୍ଚ ଚାଲି ଥିବା ବେଳେ ବଡ଼ପୋଖରିଆ ଗାଁକୁ ଯାଞ୍ଚ ଟିମ୍ ଯାଇଥିଲା।
ଟିମ୍ରେ ଜଙ୍ଗଲ ବିଭାଗର ଏସିଏଫ୍ ସୁଶାନ୍ତ କୁମାର ବନ୍ଧ, ଭୂତତ୍ତ୍ବ ବିଜ୍ଞାନୀ ସୁଶାନ୍ତ ବେହେରା, ପରିବେଶ ବିଜ୍ଞାନୀ ସ୍ମୃତିରଞ୍ଜନ ପ୍ରଧାନ, ସର୍ଭେୟର ମାନସରଂଜନ ମହାନ୍ତ ଓ ରାଜସ୍ବ ସୁପରଭାଇଜର ଟୁଟୁ ସ୍ବାଇଁ ଯାଇଥିଲେ। ସର୍ଭେ ସରିବା ପରେ ଏହି ପାଞ୍ଚ ବିଭାଗର ଅଧିକାରୀ ଦୁଇଟି ଗାଡ଼ିରେ ଗାଁରୁ ଫେରୁଥିଲେ। ବଡ଼ପୋଖରିଆ ଶଅର ସାହି ନିକଟରେ ହଠାତ୍ କିଛି ଲୋକ ସଂଘବଦ୍ଧ ହୋଇ ଗାଡ଼ିକୁ ଅଟକାଇବା ସହିତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: