Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ ଓଡ଼ିଶା ନବୀନ ଓଡ଼ିଶା କାମ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ଆମ ଓଡ଼ିଶା ନବୀନ ଓଡ଼ିଶା କାମ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ମୁହାଁମୁହିଁ ଶାସକ ବିରୋଧୀ। ବିଧାନସଭାର ପ୍ରଶ୍ନକାଳରେ ସରଗରମ ଆଲୋଚନା ।  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସାଙ୍ଘାତିକ ସତକୁ ସାମ୍ନା କୁ ଆଣିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଆମ ଓଡ଼ିଶା ନବୀନ ଓଡିଶା ରେ ୩୪୫୭ କୋଟି ର ଟଙ୍କା ର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । ତେବେ ଅଟକି ଥିବା କାମକୁ  ପୁଣି ଥରେ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ପୂର୍ବ ସରକାର ଚଳାଇଥିଲେ ଏକଛତ୍ରବାଦ । ପଲିସଭା ଓ ଗ୍ରାମସଭାର  କ୍ଷମତାକୁ ବିଜେଡି ସରକାର କରିଥିଲେ ହନନ । ମୋହନ ସରକାର ପୁଣି ଥରେ ପଲ୍ଲୀସଭା ଗ୍ରାମ ସଭାକୁ ଦେବେ ଗୁରୁତ୍ୱ । ବିଧାନସଭାରେ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ହିଁ ସର୍ବେସର୍ବା ଥିଲେ ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା। ଅର୍ପଣ ରଥ ନାଁ ରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା  କାମରେ ଲାଗିଥିଲା  ଆମ ଓଡ଼ିଶା ନବୀନ ଓଡିଶା ଟଙ୍କା। ଯେଉଁଥି ପାଇଁ ବିକାଶ ମୂଳକ କାମ ହୋଇପାରୁ ନ ଥିଲା। ତେବେ କେଉଁଠି କେତେ କାମ ଅଟକିଛି ତାର ତଥ୍ୟ ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଜେଡି କହିଛି ବର୍ତ୍ତମାନ ସରକାର ଅଘୋଷିତ ଲିଖିତ ନାମା ମାଧ୍ୟମରେ ଆମ ଓଡିଶା ନବୀନ ଓଡିଶା  କାମ କରେଇ ଦେଉନି । କୋଭିଡ ସମୟରେ ପୂର୍ବ ସରକାର   ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। କିନ୍ତୁ ଆମ ଓଡିଶା ନବୀନ ଓଡିଶା କାମ ବେଳେ ସରପଞ୍ଚଙ୍କ କ୍ଷମତାକୁ ଖୁନ କରି ଅଫିସରଙ୍କୁ ପାୱାରଫୁଲ କରିଥିଲେ ସରକାର। ଏବେ କିନ୍ତୁ ଜନ ପ୍ରତିନିଧି କ୍ଷମତାର ଅଧିକାରୀ ବୋଲି କହିଥିଲେ ମନ୍ତ୍ରୀ  ରାଜ୍ୟରେ ଖୁବଶିଘ୍ର  ପେଶା ଆଇନ ଲାଗୁ କରିବା ସହ  ସରପଞ୍ଚଙ୍କର ଥିବା 22 ଟି କ୍ଷମତା ସେମାନେ ପ୍ରୟୋଗ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁଲାଇ ସୁଦ୍ଧା ରିପୋର୍ଟ ଅନୁଯାୟୀ 90624 ମଞ୍ଜୁରୀପ୍ରାପ୍ତ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପରୁ, 9198 ପ୍ରକଳ୍ପର କାମ ଆଦୌ ଆରମ୍ଭ ହୋଇନି । ଏହି ତଥ୍ୟ ଅନଲାଇନରେ ଵି ମିଳୁନି । ଏହାର ଯାଞ୍ଚ କରିବା ସହ ସେପ୍ଟେମ୍ବର 6 ସୁଦ୍ଧା କାମ ଆରମ୍ଭ ହୋଇ ନଥିବା ପ୍ରକଳ୍ପର ତାଲିକା ପ୍ରଦାନ କରିବାକୁ ସମସ୍ତ ଜିଲ୍ଲପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Sponsored
The Minister asked | Argus News