Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୋଖରୀରେ ବୁଡି ନାବାଳକ ମୃତ

Odisha

ପୋଖରୀରେ ବୁଡି ନାବାଳକ ମୃତ

Ritu Das
Browse all articles by Ritu Das
·2 years ago·1 min read
ପୋଖରୀରେ ବୁଡି ନାବାଳକ ମୃତ

ଅର୍ଗସ ବ୍ୟୁରୋ: ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ରେ ଆଜି  ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ଜୀବନ ଯାଇଛି। ମୃତକ ଜଣକ ୧୦ ବର୍ଷର ଆୟୁଷ ମଳିକ । ଆଜି ଦିନ ପ୍ରାୟ ୧୦ ଟା ସମୟରେ କିଛି ସାଙ୍ଗ ଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡିଯାଇଥିଲେ। 

ସାଙ୍ଗ ପିଲାଙ୍କ ଠାରୁ ଖବର ପାଇ ଗାଁ ର କିଛି ଯୁବକ ଆୟୁଷଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲକୁ ନେଇଥିଲେ ସେଠାରୁ ଗୁରୁତର ହେବାରୁ ଭଞ୍ଜନଗରକୁ ପଠାଯାଇଥିଲା। ଭଞ୍ଜନଗର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗତ ତିନିବର୍ଷ ପୂର୍ବେ ଆୟୁଷ ଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ମା' ଏକାକି ଏକ ମାତ୍ର ପୁତ୍ରକୁ ନେଇ ବଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ଏବେ ମା' ପୁଅର ମୃତ୍ୟୁରେ ପାଗଳୀଙ୍କ ଭଳି କାନ୍ଦୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The minor drowned | Argus News