Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 24 ବର୍ଷର ସରକାରର ବିଫଳତାରୁ ବଢୁଛି ରାଜ୍ୟବାସୀଙ୍କ ଦୁର୍ଦ୍ଦଶା

Odisha

24 ବର୍ଷର ସରକାରର ବିଫଳତାରୁ ବଢୁଛି ରାଜ୍ୟବାସୀଙ୍କ ଦୁର୍ଦ୍ଦଶା

Ritu Das
Browse all articles by Ritu Das
·2 years ago·2 min read
24 ବର୍ଷର ସରକାରର ବିଫଳତାରୁ ବଢୁଛି ରାଜ୍ୟବାସୀଙ୍କ ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ମୁଣ୍ଡରେ ହାତ ଦେଇ ବାହୁନି କାନ୍ଦୁଛି ସ୍ତ୍ରୀ। କାରଣ ଉଜୁଡ଼ି ଯାଇଛି ସଂସାର। ଆମ୍ବୁଲାନ୍ସରେ ଆସି ଗାଁରେ ପହଞ୍ଚିଛି ବଲାଙ୍ଗିର ବେଲପଡ଼ା ବ୍ଲକ୍ ବେଛୁବାହାଲି ଗାଁର ରୂପଧର ମାଝିଙ୍କ ମୃତଦେହ । ହାଇଦ୍ରାବାଦରେ ଇଟା ଭାଟିରେ କାମ କରୁଥିଲେ ରୂପଧର। ପେଟ ଯନ୍ତ୍ରଣା ହେବାରୁ ସେଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେଲା। ମୃତଦେହ ନେଇ ଫେରିଲେ ସ୍ତ୍ରୀ ଓ ପୁଅ। 

ଆଉ ଜଣେ ଦାଦନଙ୍କ ମୃତଦେହ ଫେରିପାଇବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିଜନ। ଫିରିଙ୍ଗିଆ ଥାନା ଅଞ୍ଚଳର ଗୌତମ ଦିଗାଲ ଛଅ ମାସ ତଳେ ରାଜସ୍ଥାନ ଯାଇଥିଲେ । ଗତ 24 ତାରିଖ ରାତିରେ ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେନି ଡାକ୍ତର। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ। ମୃତଦେହ ଫେରାଇ ଆଣିବାକୁ ସାମର୍ଥ୍ୟ ନାହିଁ। ଏଥିପାଇଁ ପ୍ରଶାସନକୁ କରିଛନ୍ତି ଅନୁରୋଧ। 

ସେହିପରି କେରଳରୁ ଶବ ହୋଇ ଫେରିଛନ୍ତି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ଆଗୁଳ ପଞ୍ଚାୟତ ଯୁଗାପଦର ଗାଁର ୨୦ ବର୍ଷର ଯୁବକ l ଆକାଶ ଧାଙ୍ଗଡ଼ା ମାଝି ତିନିମାସ ତଳେ କେରଳ ଯାଇ ସେଠାରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। କାମ କରିବା ବେଳେ ସେଠାରେ ଦୁର୍ଘଟଣାରେ ପ୍ରାଣ ହରାଇଲେ। 
ନବରଙ୍ଗପୁର ଚନ୍ଦାହାଣ୍ଡି ଥାନା ପାଟଖଲିଆ ଗାଁରୁ ଆସିଛି ଆଉ ଦାଦନ ମୃତ୍ୟୁର ଏ ଖବର। ଖିରସିନ୍ଧୁ ମାଝୀ ତେଲେଙ୍ଗାନାର ଏକ ଇଟା ଭାଟିରେ କାମ କରୁଥିଲେ । କିନ୍ତୁ ରେଳଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ତେଲେଙ୍ଗାନା ରେଲୱେ ପୋଲିସ। ହତ୍ୟା ଅଭିଯୋଗ ଆଣି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ପରିବାରଲୋକେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇ ଦିନରେ 4 ଓଡ଼ିଆ ଦାଦନଙ୍କ ମୃତ୍ୟୁ। ଇଏ ତ ଭାତହାଣ୍ଡିରୁ କେତୋଟି। ଦିନ ପ୍ରତିଦିନ ସାମ୍ନାକୁ ଆସୁଛି ଏମିଚି ଖବର। ରାଜ୍ୟରେ ଅପାର ସମ୍ଭାବନା ସତ୍ବେ ଲୋକଙ୍କୁ ନିଯୁକ୍ତି ଦେବାରେ ବିଫଳ 24 ବର୍ଷର ସ୍ଥିର ସରକାର। ବିଜେଡି ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଓଡ଼ିଆ ଭୋଗୁଛନ୍ତି ଦୁର୍ଦ୍ଦଶା। ଆଉ ଏପଟେ ବିଫଳତା ଲୁଚାଇବାକୁ ବାହାସ୍ଫଟ ମାରୁଛନ୍ତି ରାଜ୍ୟର ଶ୍ରମମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The misery of the people of the | Argus News