Videos
|
Odisha

ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

Ritu Das
Browse all articles by Ritu Das
·1 year ago
ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଅର୍ଗସ ବ୍ୟୁରୋ: ଡଙ୍ଗା ଚଲେଇଲେ। ଗାଁକୁ ଗଲେ ନିର୍ବାଚନ ପରେ ଗଜିଆଗୁଡା ଗାଁକୁ ବିଧାୟକ ଗସ୍ତ କରିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜେ ଡଙ୍ଗା ଚଲେଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡା ଗାଁକୁ ଗସ୍ତ କରିଛନ୍ତି। 

ଯାହା ପାଇଁ ବେଶ ଉତ୍ସାହ ସହ ଅପେକ୍ଷା କରିଥିଲେ ଗ୍ରାମବାସୀ। ଗାଁକୁ ଗୋଟିଏ ବ୍ରିଜ ନିର୍ମାଣ ହେଉଛି କିନ୍ତୁ ନିର୍ମାଣ ହେବାର ନା ଧରୁନି। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ ତା ଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି କହିଥିଲେ। ତେଣୁ ବିଧାୟକଙ୍କ ଗସ୍ତ ସବୁରେ ବେଶ ଉତ୍ସାହ ଭରିଦେଇଥିଲା ଯାହା ପାଇଁ ବିଧାୟକ ଙ୍କୁ ଧନ୍ୟଵାଦ ଜଣାଇଥିଲେ ଗ୍ରାମବାସୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The MLA | Argus News