Videos
|
Odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

Ritu Das
Browse all articles by Ritu Das
·1 year ago·1 min read
ବିଦ୍ୟୁତ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ଅର୍ଗସ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜ, ଚରଡାପଶି ଗାଁ ନିକଟ ଜଙ୍ଗଲ ରେ ଏକ 20ରୁ 22ବର୍ଷର ମାଈ ହାତୀର ମୃତ୍ୟୁ ହୋଇଛି। ଜଙ୍ଗଲରେ ଯାଇଥିବା 11 କେ.ଭି ତାର ତଳକୁ ଖସି ରହିଥିବାରୁ ହାତୀଟି ତାର ଚଲାପଥରେ ଯାଇଥିବା ବେଳେ ହାତୀ ଶୁଣ୍ଢ ବାଜି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। 

ମୃତ ଦେହରେ ବିଦ୍ୟୁତ ତାର ଲାଗି ରହିଛି। ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଆଜି ଏହି ହାତୀର ମୃତ୍ୟୁ ଘଟିଛି।  ସେପଟେ ମୃତ୍ୟୁ ଖବର ପାଇ ରେଢ଼ାଖୋଲ ଡିଏଫଓ, ଏସିଏଫ, ରେଞ୍ଜର ଘଟଣାସ୍ଥଳକୁ ଯାଇଛନ୍ତି। ବିଦ୍ୟୁତ ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣାକୁ ସ୍ବିକାର କରିଛନ୍ତି ଡିଏଫଓ, ବର୍ତ୍ତମାନ ବିଦ୍ୟୁତ ତାର ପରିବର୍ତ୍ତନ କାମ ଚାଲିଥିଲା ତଥାପି ଅଘଟଣ ଘଟିଛି। ଏହାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The mother | Argus News