Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଖିରେ ଆଖିଏ ଲୁହକୁ ଧରି ପୁଅକୁ ଖୋଜୁଛି ମା'

Jitendra Dash
Browse all articles by Jitendra Dash
·2 years ago·2 min read
ଆଖିରେ ଆଖିଏ ଲୁହକୁ ଧରି ପୁଅକୁ ଖୋଜୁଛି ମା'

ଅର୍ଗସ ବ୍ୟୁରୋ : ଦେହରେ ପତଳା ଚଦର ଟିଏ ହାତରେ ପୁଅର ଫୋଟ । ଆଉ ଆଖିରେ ଆଖିଏ ଲୁହକୁ ଧରି ମା' ଜଣକ ଖୋଜୁଛି ବୁଲୁଛି ତାର ହଜିଲା ପୁଅକୁ । ଯାହାକୁ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ଧରି ଯାହାକୁ ଜନ୍ମ ଦେଇଥିଲା ସେ ଆଜି ମିଳୁନି । ତା ସନ୍ତାକୁ ଖୋଜି ଖୋଜି ଥକିପଡ଼ିଲାଣି ତଥାପି ମିଳୁନି ତା କୁଳନନ୍ଦନ । ହାଡଫଟା ଶୀତ ରାତିରେ ପୁଅ ମୋର୍ କେଉଁଠି ଅଛି କହି ବାହୁନି ବାହୁନି କନ୍ଦୁଛି ମା' ଜଣକ । ମୋ ପୁଅକୁ କିଏ ଦେଖିଛ ? ଏଇ ଫୋଟ ଟି ଦେଖିଲ, ୟାକୁ ଦେଖିଛ କି । 

ଦୁଇ ଦିନ ହେଲା କୁଆଡେ ପଳେଇଛି ମୁଁ ପାଉନାହିଁ । ଇଏ ମୋ ପୁଅ । ଏମିତି କହି ନିଜ ହଜିଲା ପୁଅକୁ ଏ ଦୋକାନରୁ ସେ ଦୋକାନ, ଏ ଗଳିରୁ ସେ ଗଳି ଖୋଜିବୁଲିଛି ଏହି  ମା' ଜଣକ । ମା'ର ମମତା ପା କେମିତି ସହିବ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ । କେବଳ ସିଏ କାହିଁକି ଟିଉସନ ଶିକ୍ଷକ ସମେତ ପୁରା ପରିବାର ଏବେ ନବମ ଶ୍ରେଣୀ ଛାତ୍ରକୁ ଖୋଜିବାରେ ଲାଗିପଡିଛନ୍ତି । ରାତିଦିନକୁ ଏକ କରି ଖୋଜୁଛନ୍ତି ପୁଅକୁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ ନବମ ଛମାସିକ ପରୀକ୍ଷାରେ କମ ନମ୍ବର ରଖିବା ଯୋଗୁ ପୁଅକୁ ଟିକେ ଗାଳିକରିଥିଲେ ବାପା ଓ ମା । ପୁଅ ଘରୁ ଟିଉସନ କହି ଯାଇଛି ଯେ ଆଉ ଘରକୁ ଫେରୁନି । ନା ସେଦିନ ଟିଉସନକୁ ଗଲା ନା ଘରକୁ ଫେରିଲା । ଏବେ ସଭିଙ୍କ ଆଖିରେ ଲୁହ ସହ ଆଖିରେ ପୁଅକୁ ଖୋଜିବାର ଲକ୍ଷ୍ୟ । କେସି ହାଇସ୍କୁଲରେ ପଢୁଥୁବା ନବମ ଶ୍ରେଣୀର ଛାତ୍ର ଜଣକ ହେଉଛନ୍ତି ଦିନେସ ଓରଫ ଦେବୁ ୧୯ ତାରିଖ ସକାଳ ଠୁଁ କୁଆଡେ ପଳାଇ ଯାଇଛି । 

ଶୀତ କାକରେ ଦିନରାତି ଏକ କରି ହଜିଲା ପୁଅକୁ ପାଇବା ପାଇଁ ମା' ମନ ବ୍ୟାକୁଳ । କାହିଁକି ବା ନ ହବ ସେ ପରା ଦଶ ମାସ ଦଶ ଦିନ ଗର୍ଭରେ ଧରି ଛାତିରେ ଛାତିଏ ଯନ୍ତ୍ରଣାକୁ ଖାତିର ନକରି ଜନ୍ମ ଦେଇଛି । ମା'ର ମମତା ଓ ସ୍ନେହରେ ତାର ଅଲିଅଳି ପୁଅକୁ କୋଳେଇ କାଖେଇ ବଡ଼ କରିଛି । ସେଥିପାଇଁ ତାର ପୁଅକୁ ଖୋଜୁଛି । ବଡ଼ଦେଉଳର କଳିଆକୁ ଏତିକି ମିନତି ହଜିଲା ପୁଅକୁ ଫେରି ପାଉ ତା ମା' । ତାଖିରେ ତ ସାରା ଦୁନିଆ, କେମିତି ମିଳିବନି ହଜିଲା ପୁଅ ।
 

Sponsored
The mother is looking for her son with tears in her eyes. | Argus News