Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ  ଜିଲ୍ଲା ବୁଲା ପଛରେ ଉଦ୍ଦେଶ୍ୟ ଥିଲା କ୍ଷମତା ଦଖଲ

Rashmita Mishra
Browse all articles by Rashmita Mishra
·1 year ago·1 min read
ପାଣ୍ଡିଆନଙ୍କ  ଜିଲ୍ଲା ବୁଲା ପଛରେ ଉଦ୍ଦେଶ୍ୟ ଥିଲା କ୍ଷମତା ଦଖଲ

ଅର୍ଗସ ବ୍ୟୁରୋ: ବିଜେଡିର ବିପର୍ଯ୍ୟୟ ପଛରେ ପାଣ୍ଡିଆନ । ପାଣ୍ଡିଆନଙ୍କ  ଜିଲ୍ଲା ବୁଲା ପଛରେ ଉଦ୍ଦେଶ୍ୟ ଥିଲା କ୍ଷମତା ଦଖଲ । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ପାଟ୍ଟଶାଣୀ କଲେ ଖୁଲାସା । ଏବେ ବିଜେଡି ଛାଡିଥିବା ପୂର୍ବତନ ବିଧାୟକ କହିଲେ ଦଳକୁ ଚଳାଉଥିଲା  ସରକାରୀ କଳ ।ସମୀକ୍ଷକ କହିଲେ ବିଜେଡି ତାର ବିଚାରଧାରାକୁ ଗାତରେ ପୋତିଦେଇଛି । ବେଶି ଦିନ ତିଷ୍ଠି ପାରିବନି ବିଜେଡି । ପାଣ୍ଡିଆନଙ୍କ ଜିଲ୍ଲା ବୁଲା ର ଗୁମର ଖୋଲିଲେ ଦଳର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ କହିଲେ  ବିଜେଡି ବିପର୍ଯ୍ୟୟର ଏକମାତ୍ର କାରଣ ହିଁ ପାଣ୍ଡିଆନ । ବିଜେଡିରେ କିଏ ମଙ୍ଗ ଧରିଛି କିଏ ନିର୍ବାଚନ ପରିଚାଳନା କରୁଥିଲା ଆଉ କିଏ ସଂଗଠନ କଥା ବୁଝିଥିଲା ତାର  ଗୁମର ଖୋଲିଛନ୍ତି  ବାରବାଟୀ -କଟକ ଆସନରୁ ବିଜେଡି ଟିକେଟରେ ଲଢିଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେର।  ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଥିଲେ  ଯେଉଁ ବିଚାରାଧାରାରେ ଦଳ ତିଆରି ହୋଇଥିଲା ତାକୁ ଏବେ ଗାତରେ ପୁରାଇ ଦେଇଛନ୍ତି ନେତା ତେଣୁ ଆଉ ତିଷ୍ଠିପାରିବନି ବିଜେଡି । ନିର୍ବିାଚନ ପରେ ବିଜେଡି  ନେତାଙ୍କ  ବୟାନକୁ ନେଇ ଦଳର ସ୍ଥିତି ଓ ଭବିଷ୍ୟତକୁ ନେଇ ମତ ରଖିଛନ୍ତି ସାଧାରଣ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The motive behind Pandian's Zilla Bula was to seize power | Argus News