ବହୁ ଚର୍ଚ୍ଚିତ ନଗଡ଼ାରେ ପୁଣି ଏକ ନବଜାତ ଅପପୁଷ୍ଟିର ଶିକାର
·2 years ago·1 min read

ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ନଗଡାରେ ପୁଣି ଏକ ନବଜାତ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚର୍ଚ୍ଚାକୁ ଆସିଛି। ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ଏବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ନଗଡା ଅଞ୍ଚଳର ଜଣେ ମହିଳା ଡାକ୍ତରଖାନାରେ ଏକ ନବଜାତକକୁ ଜନ୍ମ ଦେଇଥିଲେ। ତେବେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ଵାଭାବିକ ନଥିଲା।
ହେଲେ ତାର ମା' ଡାକ୍ତରଖାନାରେ ନ ରହି ଡାକ୍ତରଙ୍କ ବାରଣ ସତ୍ତ୍ୱେ ଶିଶୁଟିକୁ ନେଇ ଘରକୁ ପଳାଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲକୁ ଆଣିବାକୁ ଚେଷ୍ଟା କରାଯାଇ ଥିଲେ ହେଁ ତାର ମା' ଏଥିରେ ଅରାଜି ହେଉଥିବା ଦର୍ଶାଯାଇଛି। ସେପଟେ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିବା ପ୍ରସଙ୍ଗକୁ ଅସ୍ବୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ତେବେ ଏହାର ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: