ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା
·2 years ago

କଟକ: ନାବାଳକ ଛାତ୍ରର ବିଭତ୍ସ ହତ୍ୟା। ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା। ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ। ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ପୂର୍ବକଛ ଗ୍ରାମରେ।
ପୂର୍ବକଛ ଥୋରିଆ ସାହି ଅଞ୍ଚଳର ଜଗନ୍ନାଥ ବେହେରାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ବେହେରା, ଗତକାଲି ଠାରୁ ନିଖୋଜ ଥିବାବେଳେ, ଆଜି ସକାଳ ସମୟରେ ଗାଁ ଲୋକେ, ଧାନ କାଟିବାକୁ ଯାଉଥିବା ସମୟରେ ଜ୍ୟୋତି ପ୍ରକାଶ ଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କୁ ଖବର ଦେଇଥିଲେ। ଜ୍ୟୋତି ସପ୍ତମ ଶ୍ରେଣୀର ଛାତ୍ର ଅଟନ୍ତି। ଗତ କାଲିଠାରୁ ଜ୍ୟୋତି ନିଖୋଜ ଥିଲେ ଏବଂ ଆଜି ସକାଳୁ ଜ୍ୟୋତି ର ମୃତ ଦେହ ଦେଖିବାକୁ ମିଳିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: