Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତର ରତ୍ନ ଭଣ୍ଡାର ଉପରୁ ହଟିବ ରହସ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭିତର ରତ୍ନ ଭଣ୍ଡାର ଉପରୁ ହଟିବ ରହସ୍ୟ

ଅର୍ଗସ ବ୍ୟୁରୋ:  ଭିତର ରତ୍ନ ଭଣ୍ଡାର ଉପରୁ ରହସ୍ୟ ହଟିବ । ଆଜି ସକାଳ 9ଟା 51 ରୁ 12ଟା 15 ମଧ୍ୟରେ ଦ୍ବିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୁର୍ତ୍ତ ଚୂଡ଼ାନ୍ତ ହୋଇଛି । ଏଥିପାଇଁ ସକାଳ 8ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଧାର୍ଯ୍ୟ ଶୁଭ ମୁହୂର୍ତ୍ତ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯିବେ କମିଟି ସଦସ୍ୟ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ । ଶୁଭ କାର୍ଯ୍ୟ ପାଇଁ ଭକ୍ତମାନେ ଠାକୁରଙ୍କୁ ପ୍ରଣାମ କରିବାକୁ କହିଲେ ଜଷ୍ଟିସ ରଥ। ଗତ 14 ତାରିଖରେ ଟିମ୍ ସମୟ ଅଭାବରୁ କେବଳ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ବାହାରକୁ ଆସିଥିଲା । ପୁର୍ନବାର 18 ତାରିଖ ଅର୍ଥାତ ଆଜି ହିଁ ଦିନ ନିର୍ଘଣ୍ଟ କରାଯାଇଛି ।

ସମାନ ଏସଓପି ବଜାୟ ରହିବ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସହ ଏକ ଘଣ୍ଟା କିମ୍ବା ଦେଢଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ । ଗତକାଲି ବସିଥିବା ତଦାରଖ କମିଟିର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଭିତର ରତ୍ନ ଭଣ୍ଡାର ଖୋଲି ରତ୍ନ ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ତାପରେ ଏ ଏସ ଆଇ ଭିତର ରତ୍ନ ଭଣ୍ଡାରର ଆବଶ୍ୟକୀୟ ମରାମତି କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The mystery will be removed from the inner ratna bhandar | Argus News