Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଖଟିଆରେ ଏକ କିଲୋମିଟର ବୁହା ହେଲେ ରୋଗୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଖଟିଆରେ ଏକ କିଲୋମିଟର ବୁହା ହେଲେ ରୋଗୀ 

ମୟୂରଭଞ୍ଜ:  ପୁଣି ଦେଖିବାକୁ ମିଳିଲା ସ୍ୱାସ୍ଥ ସେବାର ବିକଳ ଚିତ୍ର । ଖଟିଆରେ ବୁହା ହେଲା ରୋଗୀ । ଆଉ ପଦାରେ ପଡିଲା ସରକାରଙ୍କ ଗ୍ରାମୀଣ ବିକାଶର ନଗ୍ନ ଚିତ୍ର। ଗାଁ ଭିତରକୁ ଯାଇନପାରି ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ଗାଁ ଲୋକେ ରୋଗୀ  ବୋହି ନେଉଛନ୍ତି ଆମ୍ବୁଲାନ୍ସ ପାଖକୁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଆଜିବୀ ଅବହେଳିତ ଅବସ୍ଥାରେ ରହିଛି ।ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସଙ୍ଖାଭଙ୍ଗା ପଞ୍ଚାୟତ ବେଦଝରଣ ରୁଣ୍ଡାଡ଼ିହି ଗ୍ରାମର ଛଅ ନମ୍ବର ୱର୍ଡ ର କଥା ।

ସେହି ଗ୍ରାମର ବିରଧାନ ଟୁଡୁ ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ଆମ୍ବୁଲାନ୍ସ ଘର ପାଖକୁ ପହଞ୍ଚି ନ ପାରିବାରୁ ଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୧ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ପାଖକୁ ପହଞ୍ଚାଇ ଥିଲେ l ସେଠାରୁ ତାଙ୍କୁ ବିଶୋଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The naked picture of the government's rural development has been exposed | Argus News