ବଦଳିବ "ଆମ ଓଡିଶା ନବୀନ ଓଡିଶା"ର ନାଁ , ୨ ଦିନରେ ଆସିବ ଗାଇଡଲାଇନ

Key Points
- ବଦଳିବ "ଆମ ଓଡିଶା ନବୀନ ଓଡିଶା"ର ନାଁ
- "ବିକଶିତ ଗାଁ ବିକଶିତ ଓଡିଶା" ନାଁରେ ଚାଲିବ କାର୍ଯ୍ୟକ୍ରମ
- ୨ ଦିନରେ ଆସିବ ନୂଆ ଗାଇଡ୍ଲାଇନ୍
ଅର୍ଗସ ବ୍ୟୁରୋ : ଆଉ ଚାଲିବନି ଆମ ଓଡ଼ିଶା ନବୀନ ଓଡ଼ିଶା । ଏଣିକି ସେହି ଯୋଜନାର ନାଁ ହେବ ବିକଶିତ ଗାଁ ବିକଶିତ ଓଡିଶା । ଏ ନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି, ଦୁଇଦିନ ଭିତରେ ଗାଇଡଲାଇନ ଆଣିବେ ରାଜ୍ୟ ସରକାର । ଯେଉଁଥିରେ ପଲ୍ଲୀସଭାକୁ ଗୁରୁତ୍ବ ଦିଆଯିବ । ପଂଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଂଚାୟତର ବିକାଶ ହେବ । ଅନୁସୂଚିତ ଜନଜାତି ଅଂଚଳରେ ପେଶା ଆଇନ ଲାଗୁ ହେବ ଅନ୍ୟ ସବୁ ଅଂଚଳରେ ଗ୍ରାମ ସଭା ଏବଂ ପଲ୍ଲୀ ସଭାକୁ ଗୁରୁତ୍ୱ ଦିଆଯିବ । ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ।
- ଲୋକଙ୍କ ଆଭିମୁଖ୍ୟକୁ ନେଇ ଆସିବ ଗାଇଡ୍ଲାଇନ୍
- ଲୋକଙ୍କ ଅନୁସାରେ କାମ କରିବ ବିଜେପି
ବିଜେପି ଲୋକଙ୍କର ସରକାର । ତେଣୁ ଲୋକେ ଯାହା ଚାହିଁବେ ସେହି ଅନୁସାରେ କାମ ହେବ । ମନେଥିବ ନିଶ୍ଚୟ, କୋଭିଡ ସମୟରେ ପୂର୍ବ ବିଜେଡି ସରକାର ପଂଚାୟତର ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଲେ, ପରେ କ୍ଷମତା ହଟାଇ ଦେଲେ । କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ପଂଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି । ... ।
- ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି ଦଳ
- କଂଗ୍ରେସ ନୁହେଁ ବିଜେପିର ମିଶିବ ବିଜେଡି
ସେପଟେ ବିଜେଡି ଓ କଂଗ୍ରେସକୁ ନେଇ ବଡ଼ ମନ୍ତବ୍ୟ ଦେଲେ ରବି । କହିଲେ, ବିଜେଡି ଦଳ ଖୁବଶୀଘ୍ର ଭାଙ୍ଗିଯିବ । ଏହାର କୌଣସି ସତ୍ତା ରହିବ ନାହିଁ । ଅଭିଜ୍ଞ ନେତା ଅମର ଶତପଥୀଙ୍କ ବୟାନକୁ ଦେଖିବା, ତାହେଲେ ବିଜେଡିର ଆଉ କିଛି ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ସେ ଦଳ ରହିବ ନାହିଁ ଏହା ସ୍ପଷ୍ଟ ଜଣାପଡ଼ି ଯାଉଛି । ସେ ଦଳ ବିଜେପିରେ ମିଶିବ । କଂଗ୍ରେସ ସହିତ ନୁହେଁ ବିଜେପିରେ ସେ ଦଳ ମିଶିବ ବୋଲି ସେ କହିଛନ୍ତି । ମୋଟ୍ ଉପରେ ବିଜେଡିକୁ ନେଇ ଏବେ ବିଜେଡି ନେତାଏ ଅନେକ ମନ୍ତବ୍ୟ ଦେଉଛନ୍ତି । ଏହାରି ଭିତରେ ରବି ନାଏକ ଯେଉଁ ବୟାନ ଦେଉଛନ୍ତି ତାହା ରାଜନୀତିରେ ଝଡ଼ ସୃଷ୍ଟି କଲାଣି ।