Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା

Odisha

ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଜାତୀୟ ନିର୍ବାଚନ ଆୟୋଗ ଏବଂ ତାଙ୍କ ଟିମ୍ । ଆଜି ଜାତୀୟ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୋଲିସ ଡ଼ିଜିଙ୍କ ଭଳି ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ । ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରିବେ ଜାତୀୟ ନିର୍ବାଚନ ଆୟୋଗ ।

ଏଥିସହ ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହେଉଥିବା ଏନଫୋର୍ସମେଣ୍ଟ ଟିମ୍ ସହିତ ମଧ୍ୟ ସିଇସି ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ପୃଥକ ପୃଥକ ଦୁଇଟି ବୈଠକ କରାଯାଇଥିଲା । ପ୍ରଥମ ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ କମିଶନ । ପରେ ସମସ୍ତ ଜିଲ୍ଲାପାଳ ଏବଂ ଏସ ପି ଙ୍କ ସହ ଦୀର୍ଘ ସମୟ ଧରି କରିଥିଲେ ଆଲୋଚନା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The National Election Commission team is reviewing the preparations for the general elections | Argus News