Videos
|
Odisha

ଲୋକଙ୍କୁ ଖଣ୍ଡେ ଘର ଯୋଗାଇ ପାରିଲେନି ନବୀନ ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ଲୋକଙ୍କୁ ଖଣ୍ଡେ ଘର ଯୋଗାଇ ପାରିଲେନି ନବୀନ ସରକାର

ଢେଙ୍କାନାଳ:  ୨୪ ବର୍ଷ ଅପାରଗ ବିଜେଡି ସରକାରର ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। ଲୋକଙ୍କୁ ଖଣ୍ଡେ ଘର ଯୋଗାଇ ପାରିଲେନି ନବୀନ ସରକାର।  ଏବେ ବି ଝାଟି, ମାଟି ଘରେ ରହୁଛନ୍ତି ରାଜ୍ୟରେ ଅନେକ ପରିବାର।  ବର୍ଷା ହେଲେ ଭାଙ୍ଗୁଛି ଘରର କାନ୍ଥ, ଉଡୁଛି ଛପର। ନାହିଁ ନଥିବା ହୀନସ୍ତା ହେଉଛନ୍ତି ଗରିବ ପରିବାର ।   ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ ନୃସିଂହପ୍ରସାଦ ପଞ୍ଚାୟତ ମୁରୁଗାପାତ୍ର ସାହିର ଏ ଦୃଶ୍ୟ । ଲଗାଣ ବର୍ଷାରେ କୁନ୍ତଳା ପାତ୍ରଙ୍କ ଘରର କାନ୍ଥ ଭାଙ୍ଗିବା ସହ ଉଡ଼ି ଯାଇଛି ଛପର । ଛୁଆ ପିଲାଙ୍କୁ ଧରି ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ପରିବାର । ଏ ଘର ସଜାଡ଼ିବାକୁ ପାଖରେ ସମ୍ବଳ ନାହିଁ । ବର୍ଷା, କାକରରେ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ।

ଘର ଖଣ୍ଡିଏ ପାଇଁ ଆବେଦନ କରି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ବି ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।  ଜିଲ୍ଲାରେ ଏମିତି ମାଳ ମାଳ ଉଦାହରଣ । ଅନେକ ପରିବାର ଏମିତି ଝାଟି, ମାଟି ଘରେ ଜୀବନ ବିତାଉଛନ୍ତି । ଭୁବନ ବ୍ଲକର ଭୁଷଳ ପଞ୍ଚାୟତ କଞ୍ଚନବାହାଳୀ ମୁଣ୍ଡା ସାହିରେ ବି ସମାନ ସ୍ଥିତି । ସାହିର ସୁଶାନ୍ତ ମୁଣ୍ଡାଙ୍କ ଘରକୁ ଟିକେ ଦେଖନ୍ତୁ । ୪ଟି ପିଲାଙ୍କୁ ନେଇ ତେଲଲୁଣର ସଂସାରରେ ମୂଲ ମଜୁରୀକୁ ନ ଗଲେ ଘରେ ଚୂଲି ଜଳିବା କଷ୍ଟକର । ଚାଳ ଛପର ଘର ମରାମତି କଥା ପଚାରେ କିଏ । ବହୁ ଅଭାବ ଭିତରେ ଛନ୍ଦି ହୋଇ ୫ ବର୍ଷ ହେଲା ଘର ଛପର ହୋଇନି । ଖରା, ବର୍ଷାରେ ଅତି ଦୟନୀୟ ସ୍ଥିତିରେ ଘର ମୁଣ୍ଡ ଗୁଞ୍ଜୁଛନ୍ତି ପରିବାର ।   ରାଜ୍ୟରେ ସରକାର ବଦଳିଛି । ଆଶା- ନୂଆ ସରକାର ଲୋକଙ୍କ ଦୁଃଖ ବୁଝିବେ, ପ୍ରତି ଗରିବଙ୍କୁ ମୁଣ୍ଡ ଉପରକୁ ଛାତ ଯୋଗାଇବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Naveen government could not provide a house to the people | Argus News