Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ 

 ଭୁବନେଶ୍ୱର: ଜଳୁଛି ସାରା ଓଡିଶା । ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ।  ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣପ୍ରବାହ ରହିବ । ତତଲା ପବନ ସାଙ୍ଗକୁ ତାତି ଅସହ୍ୟ ହେବ । ଆଜି ପାଇଁ ୧୩ଟି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା ।

ଆସନ୍ତାକାଲି ୧୫ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଶନିବାର ଓ ରବିବାର ଦିନ ଜଳିବ ସାରା ଓଡିଶା । ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି 20 ରୁ 22 ତାରିଖ ପର୍ଯ୍ୟନ୍ତ  ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The next four days heavy heat in odisha | Argus News