Videos
|
Odisha

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପ ନିର୍ବାଚନ। ଏନେଇ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ । ଅଗଷ୍ଟ ୨୧  ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଅଗଷ୍ଟ ୨୬ ଓ ୨୭ରେ ନାମାଙ୍କନ ପ୍ରତ୍ୟାହାର କରପାରିବେ ଆଶାୟୀ ପ୍ରାର୍ଥୀ । ଓଡ଼ିଶାର ଗୋଟିଏ ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଆସାମ, ବିହାର ଓ ମହାରାଷ୍ଟ୍ରର ୨ଟି ଲେଖାଏ ଆସନ ପାଇଁ ହେବ ନିର୍ବାଚନ । ତେଲଙ୍ଗାନା, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରାରେ ଗୋଟିଏ ଲେଖାଏ ରାଜ୍ୟସଭା ଆସନ ପାଇଁ ହେବ ଉପ ନିର୍ବାଚନ। 

ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା।  ରାଜ୍ୟସଭାକୁ ଯାଇଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ସେମାନେ ଲୋକସଭାକୁ ଯାଇଥିବାରୁ ଏବେ ଉକ୍ତ ରାଜ୍ୟସଭା ଆସନ ଗୁଡ଼ିକ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The notification | Argus News