Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା, ନିରାକରଣର ମଙ୍ଗ ଧରିଛନ୍ତି ଆଶା ଦିଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଢୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା, ନିରାକରଣର ମଙ୍ଗ ଧରିଛନ୍ତି ଆଶା ଦିଦି

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଚାକିଡି ଗ୍ରାମ ପଂଚାୟତରେ ବଢିଚାଲିଛି ମ୍ୟାଲେରିଆର ସଂକ୍ରମଣ । ବାରିବେଡା, ଜାରକାଣି, ଭାଦୁଆକଚା ଗାଁରେ ଘରକୁ ଘର ବ୍ୟାପିଛି ମ୍ୟାଲେରିଆ । ପାଖାପାଖି 70 ପ୍ରତିଶତ ଲୋକ ମ୍ୟାଲେରିଆ ଆକ୍ରାନ୍ତ । କିନ୍ତୁ ନିରାକରଣ ନିମନ୍ତେ ଗ୍ରାଉଣ୍ଡ ଜିରୋରେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି । କିନ୍ତୁ ଖବର ପାଇଲା ମାତ୍ରେ କିଟ୍ ଧରି ଘରେ ଘରେ ପହଁଚି ସେବା ଯୋଗାଉଛନ୍ତି  ଆଶା ଦିଦି ଜାଉନା ସୋରେନ । ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରୁ କେବଳ କିଟ ଓ ମେଡିସିନ ଦେଇ ଅଧିକାରୀ ମାନେ ନିଜର କାମ ତୁଲାଇ ଦେଉଥିବା ଅଭିଯୋଗ ହୋଇଛି ।

ବାଙ୍ଗିରିପୋଷି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ମ୍ୟାଲେରିଆ ନିରାକରଣ ଦାୟିତ୍ଵରେ ଥିବା ଅଧିକାରୀଙ୍କ କଥା ନକହିବା ଭଲ । କେବଳ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସି ନିଜର ଡିୟୁଟି ତୁଲାଉ ଥିବାବେଳେ ମ୍ୟାଲେରିଆ ପ୍ରବଣ ଅଂଚଳରେ ତାଙ୍କର ଦେଖା ମିଳେନାହିଁ। ଚାକିଡି ଗ୍ରାମ ପଂଚାୟତରେ ମ୍ୟାଲେରିଆ ସଂକ୍ରମଣରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of malaria cases is increasing | Argus News