ରାଜ୍ୟରେ ବଢ଼ୁଛି ଦାଦନ ସଂଖ୍ୟା

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଳକ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତର ଗୁଡ୍ରିପଦା ଗାଁ । ଏହି ଗାଁର ପରିବେଶ ଯେତିକି ସୁନ୍ଦର ସେତିକି ସ୍ବଚ୍ଛ ମଧ୍ୟ । ଗୁଡ୍ରିପଦା ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । କିଛି ଲୋକଙ୍କ ଜମି ନଥିଲେ ମଧ୍ୟ ଅନ୍ୟ ଜମିରେ ଭାଗ ଚାଷ କରୁଛନ୍ତି । ବିନା ସରକାରୀ ସହାୟତାରେ ଧାନ ସମେତ ପରିବା ଚାଷ କରୁଛନ୍ତି ଏଠାକାର ଲୋକେ । କିନ୍ତୁ କେହି ବି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉନଥିବା ଜଣାପଡିଛି ।
ଗାଁରେ ଅନେକ ଆଦିବାସୀ ଓ ଗରିବ ଶ୍ରେଣୀର ପରିବାର ବସବାସ କରୁଥିଲେ ମଧ୍ୟ ଚାଷ ପାଇଁ ସେପରି ଆଖି ଦୃଶିଆ ସରକାରୀ ଯୋଜନା ଉପଲବ୍ଧ ନାହିଁ । କିନ୍ତୁ ଏ ନିରୀହ ଆଦିବାସୀ ମାନେ ଗୁହାରି କରିବେ ବା କାହାକୁ। ନିଜ ଦ୍ଵାରା ଯାହା ସମ୍ଭବ ସେତିକି କରି ସଂସାର ରଥକୁ ଗଡ଼ାଇ ଚାଲିଛନ୍ତି । ବାସ୍ତବରେ ଚାଷ କାମ ଯାହାର କେତେ ସୁଖ ତାହାର, ଏହି ଉକ୍ତି ଗଜପତି ଜିଲ୍ଲା ଗୁଡ୍ରିପଦା ଗାଁରେ ପ୍ରତିପାଦିତ ହୋଇଛି । କିନ୍ତୁ ଗାଁକୁ ସରକାରୀ ସୁବିଧା ସହଯୋଗ ପହଁଚିପାରିଲେ ଗାଁଲୋକେ ଉପକୃତ ହୋଇପାରନ୍ତେ ନିଶ୍ଟୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: