Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ

Banajyotshna Ray
Browse all articles by Banajyotshna Ray
·2 years ago
ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ

ଅର୍ଗସ ବ୍ୟୁରୋ:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଆକ୍ରାନ୍ତ ହୋଇ ଲୋକେ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଆଜି ହସ୍ପିଟାଲକୁ ଯାଇ ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀମାନଙ୍କୁ ଠିକ ଭାବେ ଚିକିତ୍ସା କରିବା ପାଇଁ ଡାକ୍ତର ମାନଙ୍କୁ ଦେଇଛନ୍ତି ପରାମର୍ଶ । ଏବେ ବି  ଅନେକ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ବିଧାୟକ ଓ ତାଙ୍କ ସମର୍ଥକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଡ଼ାକ୍ତରଖାନା ରେ ପାଣିର ସମସ୍ୟା ଥିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରି ଯଥାଶୀଘ୍ର ପାଣିର ସମସ୍ୟା ଦୂର କରାଯାଉ ବୋଲି କହିଥିଲେ । ତେବେ ଯେଉଁଭଳି ଭାବରେ ଝାଡାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି ଲୋକେ ଭୟଭୀତ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of people suffering from diarrhea is increasing, Kantabanji MLA checked the situation | Argus News