ପାଖେଇ ଆସୁଛି ପାର୍ବଣଋତୁ : ବୃଦ୍ଧି ପାଉଛି ଲୁଟେରାଙ୍କ ଉତ୍ପାତ
·1 year ago·1 min read

କେନ୍ଦୁଝର : ପାର୍ବଣଋତୁ ପାଖେଇ ଆସୁଥିବା ବେଳେ ଲୁଟେରା ମାନଙ୍କର କାର୍ଯ୍ୟ କଳାପ ବୃଦ୍ଧି ପାଇବାରେ ଲାଗିଛି। ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଏହାର ଟେର ପାଇବାରେ ବିଫଳ ହୋଇଛି। ଆଜି ଆନନ୍ଦପୁର- ଭଦ୍ରକ ରାସ୍ତାର ଚୋର ଗଡ଼ିଆ ଛକ ନିକଟରେ ଜଣେ ବାଇକ ଆରୋହୀ ଦମ୍ପତ୍ତିଙ୍କ ନିକଟରୁ ସୁନା ମଙ୍ଗଳସୁତ୍ର ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ ।
ଘସିପୁରା ଥାନା ଅତାସାହି ଗ୍ରାମର ଗଣେଶ ବାରିକ ଓ ତାଙ୍କ ପତ୍ନୀ ମମତା ବାରିକ ଆଗରପଡ଼ା ଶ୍ବଶୁର ଘରୁ ଫେରୁଥିବା ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକ ଯୋଗେ ତାଙ୍କ ପିଛା କରି ଚୋରଗଡ଼ିଆ ଛକ ନିକଟରେ ମମତାଙ୍କ ବେକରୁ ମଙ୍ଗଳସୁତ୍ର ଟିକୁ ଛିଣ୍ଡାଇ ନେଇ ଦ୍ରୁତଗତିରେ ପଳାଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲେ। ଅଭିଯୋଗ ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚ଼ଳାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: