|
logo
Live

Argus News - ଗତ 4 ବର୍ଷ ହେଲା ଲଗାତାର ଦ୍ରୁତ ଗତିରେ କମୁଛି ମହିଳାଙ୍କ ସଂଖ୍ୟା

Odisha

ଗତ 4 ବର୍ଷ ହେଲା ଲଗାତାର ଦ୍ରୁତ ଗତିରେ କମୁଛି ମହିଳାଙ୍କ ସଂଖ୍ୟା

Ritu Das
Browse all articles by Ritu Das
·2 years ago·2 min read
ଗତ 4 ବର୍ଷ ହେଲା ଲଗାତାର ଦ୍ରୁତ ଗତିରେ କମୁଛି ମହିଳାଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ: ରାଜ୍ୟରେ କ୍ରମାଗତ ଭାବେ କମିଚାଲିଛି ମହିଳାଙ୍କ ସଂଖ୍ୟା। ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ଅନୁପାତ । ଏବେ ଓଡ଼ିଶାରେ ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୯୨୫ । ସବୁଠୁ ବଡ଼ କଥା ହେଲା ଗତ ୪ ବର୍ଷ ହେଲା ଲଗାତାର ଏହି ସଂଖ୍ୟା କମିଚାଲିଛି। ଲିଙ୍ଗ ଅନୁପାତ ଦେଖିଲେ ପୁରୁଷଙ୍କ ତୁଳନାରେ ହରିୟାଣାରେ ମହିଳାଙ୍କ ସଂଖ୍ୟା ସବୁଠାରୁ କମ୍। କିନ୍ତୁ ସେ ରାଜ୍ୟରେ ଏବେ ମହିଳାଙ୍କ ସଂଖ୍ୟା ବଢୁଛି । ଅତ୍ୟନ୍ତ ଉଦବେଗଜନକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି ବିଜେଡି ଶାସନରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି। 

ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି। 

ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି।  ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ଗତ 4 ବର୍ଷ ହେଲା ଲଗାତାର ଦ୍ରୁତ ଗତିରେ କମୁଛି ମହିଳାଙ୍କ ସଂଖ୍ୟା | Argus News