ଭୈରବ ପାଣ୍ଡିଆନ୍ ଙ୍କ ପାଇଁ ବଢିଲା ଅଡୁଆ

- ଭୈରବ ପାଣ୍ଡିଆନ୍ ଙ୍କ ପାଇଁ ବଢିଲା ଅଡୁଆ
- ପଲିଟିକାଲ ଲଞ୍ଚିଂ ପାଇଁ ପାଣ୍ଡିଆନ୍ ଙ୍କ ଜିଲ୍ଲା ବୁଲା ମହଙ୍ଗା ପଡିବ
- ପରିବହନ ବିଭାଗ ପରେ ଖୋଳତାଡ ଆରମ୍ଭ କଲା ପୂର୍ତ୍ତ ବିଭାଗ
- ହେଲିକପଟର ବୁଲା ବିବାଦ ନ ଥମୁଣୁ ହେଲିପ୍ୟାଡ୍ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ
- ପାଣ୍ଡିଆନ୍ ଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ହେଲିପ୍ୟାଡ୍ ରେ ବଡ ଦୁର୍ନିତିର ଗନ୍ଧ
- କାହା ନିର୍ଦେଶରେ କିଏ କରିଥିଲା କାମ, ତଦନ୍ତ ହେବ କହିଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ
- ପାଣ୍ଡିଆନ ଙ୍କ ସହ ଫସି ପାରନ୍ତି ତତ୍କାଳୀନ ସରକାରଙ୍କ ପରିବହନ ଓ ପୂର୍ତ୍ତ ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ବିଭିନ୍ନ ବାଟରେ ରାଜକୋଷକୁ ଖୋଳ କରିଥିଲେ ସୁପର ସିଏମ୍ ଭୈରବ ପାଣ୍ଡିଆନ୍ । ରାଜ୍ୟରେ ନୂଆ ସରକାର ଆସିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ସାମ୍ନାକୁ ଆସୁଛି ଭି.କେ ପାଣ୍ଡିଆନ୍ ଙ୍କ ଦୁର୍ନିତିର କଳା ଚିଠା । ନୂଆ ତଥ୍ୟ ଅନୁଯାୟୀ ଭୈରବ ପାଣ୍ଡିଆନ୍ କେବଳ ବ୍ୟକ୍ତିଗତ କାମରେ ହେଲିକପଟର ବୁଲାଉନଥିଲେ ବରଂ ହେଲିପ୍ୟାଡ୍ ନିର୍ମାଣ ନାଁରେ ମଧ୍ୟ କରାଇଥିଲା ବଡ ଦୁର୍ନିତି । ପରିବହନ ବିଭାଗ ପରେ ପୂର୍ତ୍ତ ବିଭାଗ ଖୋଳତାଡରୁ ଆସିଛି ଏପରି କିଛି ସାଙ୍ଘାତିକ ତଥ୍ୟ । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଭୈରବ ପାଣ୍ଡିଆନ୍ ନିର୍ବାଚନ ପୂର୍ବରୁ ପାଖାପାଖି 450 ଜାଗା ବୁଲିଛନ୍ତି । ସେହି ସବୁ ସ୍ଥାନରେ ହେଲିପ୍ୟାଡ଼ ନିର୍ମାଣ ଲାଗି କିଏ ନିର୍ଦେଶ ଦେଇଥିଲା, କିଏ କାମ କରିଥିଲା ଆଉ ରାଜ୍ୟ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତାହାର ତଦନ୍ତ କରାଯାଇ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଯାହାର ଜବାବ ରଖିଛି ବିଜେଡି ।
ସେପଟେ ନିଜର ପଲିଟିକାଲ ଲଞ୍ଚିଂ ପାଇଁ ପାଣ୍ଡିଆନ୍ ଙ୍କ ଜିଲ୍ଲା ବୁଲା ବିଜେଡି ପାଇଁ ମହଙ୍ଗା ହେବା ପରେ ବି କିଛି ଦଳୀୟ ନେତାଙ୍କ ଆଖି ଖୋଲିନି । ନିର୍ବାଚନ ବେଳେ ସବୁଠୁ ଅଧିକ ବିବାଦୀୟ ବ୍ୟକ୍ତିତ୍ବ ହୋଇଥିଲେ ଭି.କେ ପାଣ୍ଡିଆନ୍ । ଭୈରବଙ୍କ ଉପରେ ଓଡିଆ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିଲା । ଯେଉଁଥିପାଇଁ 24 ବର୍ଷ ଶାସନରେ ଥିବା ବିଜେଡି ଦଳ ଆଜି ବିରୋଧୀ ଆସନରେ ବସିଛି । ତଥାପି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଅନ୍ତୁ କିମ୍ବା କିଛି ଦଳୀୟ ନେତାଙ୍କ ର ପାଣ୍ଡିଆନ୍ ପ୍ରେମ ଯାଉନି । ଏବେ ବି ପାଣ୍ଡିଆନଙ୍କ ପ୍ରେମରେ ବିଜେଡି ନେତା ।
ପୂର୍ବରୁ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ପାଣ୍ଡିଆନ୍ ଙ୍କ ଜିଲ୍ଲା ବୁଲାକୁ ନେଇ ଉଠାଇଥିଲେ ପ୍ରଶ୍ନ । ସେହିପରି ନିର୍ବାଚନ ସମୟରେ ପ୍ରଧାନମମନ୍ତ୍ରୀ କହିଥିଲେ ଓଡିଶାକୁ ଲୁଟିଥିବା ମାଫିଆଙ୍କ ଅଣ୍ଟା ଭାଙ୍ଗି ଦିଆଯିବ ଆଉ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ବି ଖୋଲିଥିଲେ ପାଣ୍ଡିଆନ୍ ଙ୍କ ପୋଲ୍ । ରାଜକୋଷକୁ ଲୁଟ୍ କରିଥିବା ତାମିଲ ବାବୁ ଭୈରବ ପାଣ୍ଡିଆନ୍ ଙ୍କୁ ନେଇ ଓଡିଆ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ ଥିବା ବେଳେ ଏହି ସବୁ ତଥ୍ୟ ପ୍ରମାଣ କହୁଛି ନବୀନ ନିବାସରେ ଆତ୍ମଗୋପନ ବି ତାଙ୍କୁ ସୁରକ୍ଷା ଦେଇପାରିବନି ବୋଧେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: