Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଫିସର ଥିଲେ ସର୍ବେ ସର୍ବା..ଯାଉ ନଥିଲେ ଜିଲ୍ଲା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଫିସର ଥିଲେ ସର୍ବେ ସର୍ବା..ଯାଉ ନଥିଲେ ଜିଲ୍ଲା
  • ନବୀନଙ୍କ ନିର୍ଦ୍ଦେଶକୁ  ମାନୁ ନ ଥିଲେ  ସଚିବ
  • ଅଫିସର ଥିଲେ ସର୍ବେ ସର୍ବା..ଯାଉ ନଥିଲେ ଜିଲ୍ଲା
  • ଏବେ ମୋହନ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ କି ନାହିଁ ଅପେକ୍ଷା
  • ଗତ ସରକାରରେ ବିକାଶ ପଥଚ୍ୟୁତ ହେବାର କାରଣ ଥାର୍ଡ ପାର୍ଟି ମ୍ୟାନେଜମେଣ୍ଟ
  • ଏବେ ରାଜନୈତିକ ଇଛା ଶକ୍ତି ଥିବା ଲୋକେ  କରିବେ କାମ
  • ଏବେ ଅପେକ୍ଷା କ୍ରିୟାନ୍ବୟନ କରିବେ ନା ଠକି ଦେବେ ?

ଅର୍ଗସ ବ୍ୟୁରୋ:  ଜିଲ୍ଲା ବୁଲିବେ ସଚିବ । ଗାଁକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବେ ପ୍ରଶାସନିକ ଅଧିକାରୀ । ସରକାରୀ ଯୋଜନା ଲୋକଙ୍କୁ ମିଳୁଛି କି ନାହିଁ କରିବେ ତଦାରଖ । ଜିଲ୍ଲା ଗସ୍ତ କରି ଦେବେ ସରକାରଙ୍କୁ ସବିଶେଷ ରିପୋର୍ଟ । ବିଭାଗୀୟ ସଚିବ ମାନଙ୍କୁ ଅତିକମରେ ୨ ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । ବିଭିନ୍ନ ବିଭାଗର ସଚିବ ମାନେ ଜିଲ୍ଲା ଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବା ସହ ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳୁଛି କି ନାହିଁ ତାହା ଦେଖିବେ । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ କିଭଳି ଅଧିକ ସଫଳତାର ସହ କାର୍ଯ୍ୟକାରୀ କରି ହେବ ସେନେଇ ମଧ୍ୟ ମତାମତ ଦେବାକୁ ସଚିବ ମାନଙ୍କୁ କୁହାଯାଇଛି । ଏହାସହିତ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଥ୍ୟ ଆଦିକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ସଚିବ ମାନଙ୍କୁ ପରାମର୍ଶ ଦିଆଯାଇଛି, ଯାହାକି ସେମାନଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ ।

ତେବେ  ନବୀନ ସରକାରରେ ମଧ୍ୟ ସଚିବ ମାନଙ୍କୁ ଜିଲ୍ଲା ବୁଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରାତ୍ରି ରହଣୀ କରି ଜନସାଧାରଣଙ୍କ ସମସ୍ୟା ବୁଝିବା ସହ ସମାଧାନର ରାସ୍ତା ବାହାର କରିବାକୁ ସଚିବ ମାନଙ୍କୁ କୁହାଯାଇଥିଲା । କିନ୍ତୁ ନିର୍ଦ୍ଦେଶ କେବଳ ଥିଲା କାଗଜ କଲମରେ । କାରଣ କେଉଁ ସଚିବ କେଉଁ ଜିଲ୍ଲାକୁ ଗସ୍ତ କଲେ, ସେଠାରେ କଣ ଅନୁଧ୍ୟାନ କଲେ, ଲୋକଙ୍କ ସହ ମିଶିଲେ କି ନାହିଁ, ସମସ୍ୟା ବୁଝିଲେ କି ନାହିଁ । ଏ ନେଇ କୌଣସି ରିପୋର୍ଟ ପଦାକୁ ଆସିଲାନି । ପୂର୍ବ ବିଜେଡ଼ି ସରକାରରେ ପଙ୍ଗୁ ଅବସ୍ଥାରେ ଥିଲା ପ୍ରଶାସନିକ ବ୍ୟବସ୍ଥା । ଲୋକଙ୍କ ସେବା ଠୁ ଅଧିକ ଜଣେ ବ୍ୟକ୍ତିଙ୍କ ଇଶାରାରେ ନାଚୁଥିଲେ ବ୍ୟୁରୋକ୍ରାଟ । ତେଣୁ ନବୀନ ସରକାରରେ ନିର୍ଦ୍ଦେଶ ମାନୁ ନଥିବା ଅଫିସର ମୋହନ ସରକାରରେ କେତେ ମାନୁଛନ୍ତି ତା ଉପରେ ନଜର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The officer was not going to the district | Argus News