Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘର ପାଇଁ ହଟହଟା ହେଉଛନ୍ତି ବୃଦ୍ଧ ଦମ୍ପତି

Odisha

ଘର ପାଇଁ ହଟହଟା ହେଉଛନ୍ତି ବୃଦ୍ଧ ଦମ୍ପତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଘର ପାଇଁ ହଟହଟା ହେଉଛନ୍ତି ବୃଦ୍ଧ ଦମ୍ପତି

ଅର୍ଗସ ବ୍ୟୁରୋ:  ଆବାସରୁ ବଞ୍ଚିତ ପ୍ରକୃତ ହିତାଧିକାରୀ। ନା ଅଛି ଖଣ୍ଡେ ଭଲ ଘର ନା ଅଞ୍ଚଳବାସୀଙ୍କୁ ମିଳିଛି ଆବାସ ଯୋଜନା।  ପକ୍କା ଘର ତ ଦୁରର କଥା ଗାଁରେ ଥିବା କଚା ଘରେବି ରହିବା ସମ୍ଭବ ନୁହେଁ।  କେଉଁଠି ମାଟି ଫାଟି ଆଁ କରିଛି ତ କେଉଁଠି ଭୁଷୁଡି ପଡିଛି । ଝାଟି ମାଟି ଚାଳଛପର ଘରେ ଭାଗ୍ୟକୁ ଆଦରି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଏ ଦୁର୍ଗମ ଅଞ୍ଚଳବାସୀ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ମହିବିଳା ଗ୍ରାମର ଦୃଶ୍ୟ I ଅନେକ ବର୍ଷ ହେଲା ଝାଟି ମାଟି କୁଡିଆ ଘରେ ଜୀବନ ଜାପନ କରୁଛନ୍ତି ଗ୍ରାମବାସୀ । ଜଙ୍ଗଲରୁ ସରଗି ପତ୍ର ସଂଗ୍ରହ କରି ଖଲି ଦନା ତିଆରି କରି ଦିଇ ପଇସା ରୋଜଗାର କରନ୍ତି ଏମାନେ। ଆବାସ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପ୍ରଚାର ସର୍ବସ୍ବ ଥିଲା ୨୪ ବର୍ଷର ବିଜେଡି ସରକାର। ଆବାସ ଯୋଜନାରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏ ହେଉଛି ତାର ଅସଲ ଚିତ୍ର। ଏବେ ବଦଳିଛି ସରକାର, ନୂଆ ସରକାରରେ ଲୋକଙ୍କ ମନରେ ନୂଆ ଆଶା। କେବେ ବଦଳିବ ଦୁର୍ଗମବାସୀଙ୍କ ଭାଗ୍ୟ। ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The old couple is facing for the house | Argus News