ନିଆଁରେ ପୋଡି ବୃଦ୍ଧ ଜୀବନ୍ତ ଦଗ୍ଧ
·2 years ago·1 min read

ଅର୍ଗସ ବ୍ୟୁରୋ: ଶୀତ ପ୍ରକୋପରୁ ଜାଳିଥିବା ନିଆଁରେ ନିଜେ ଜଳିଗଲେ ବୃଦ୍ଧ। ରାତିରେ ନିଆଁ ଜାଳି ଶୋଇଥିବା ଅବସ୍ଥାରେ ସେଇ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ଭିକାରୀମାଳୀ ବୁଟିସର୍ଗି। ରାତିରେ ଶୋଇଥିବା ଅବସ୍ଥାରେ ନିକଟରେ ଜାଳିଥିବା ନିଆଁର ସଂସ୍ପର୍ଶରେ ଅସି ପୋଡିହୋଇ ମୃତ୍ୟୁବରଣ କରିଥିବା ନେଇ ଝରୀଗାଁ ଥାନାରେ ଲିଖିତ ଭାବେ ଜଣେଇଲେ ପରିବାର ଲୋକେ। ବର୍ତ୍ତମାନ ଶୀତର ପ୍ରକୋପ ବଢୁଥିବା ବେଳେ ରାତିରେ ଶୋଇବା ପାଖରେ ନିଆଁ ଲଗେଇ ଶୋଇଯାଇଥିଲେ ବୃଦ୍ଧ ଜଣକ।
ଅନ୍ୟ ଏକ ଘରେ ତାଙ୍କ ପୁଅ ଭୁବନ ମାଳି ଏବଂ ବୋହୁ ଶୋଉଥିବା ବେଳେ ସକାଳ ପର୍ଯ୍ୟନ୍ତ ବୃଦ୍ଧ ନ ଉଠିବାରୁ ଯାଇ ଦେଖିବା ବେଳକୁ ଶୋଇବା ଶେଜ ସହିତ ବୃଦ୍ଧଜଣକ ପୋଡ଼ି ହୋଇ ଯାଇଥିବା ଦେଖିବାକୁ ପାଇଲେ। ଏ ସମ୍ପର୍କରେ ଝରୀଗାଁ ଥାନାରେ ଜଣେଇବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: