Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଛମୂଳେ କଟୁଛି ବୃଦ୍ଧଙ୍କ ଜୀବନ, ସରକାରୀ ସହାୟତା ଅପହଞ୍ଚ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗଛମୂଳେ କଟୁଛି ବୃଦ୍ଧଙ୍କ ଜୀବନ, ସରକାରୀ ସହାୟତା ଅପହଞ୍ଚ

ଅର୍ଗସ ବ୍ୟୁରୋ:  ବର୍ତମାନ ବାଲିଗୁଡ଼ା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେଉଛି। ତାପମାତ୍ର ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଗଛ ମୂଳେ ଖୋଲା ଆକାଶରେ ଜୀବନ ଅତିବାହିତ କରିବା କେତେ ଦୂର ଯୁକ୍ତିଯୁକ୍ତ । ଅଳ୍ପ କିଛି ଦିନ ପୂର୍ବେ ବାତ୍ୟା ମିଗଜୋମ ସମୟରେ ବି ଗଛ ତଳେ ଆଶ୍ରୟ ନେଇ ଥିଲେ। ବୟସର ଅପରାହ୍ନରେ ଅସହାୟ ବୃଦ୍ଧ  । ଏ ଅସହାୟ ବୃଦ୍ଧ ଦୀର୍ଘ 5/6 ବର୍ଷ ରୁ ଉର୍ଦ୍ଧ୍ବ ହେବ କି ନୂଆଗାଁ ଶିବ ମନ୍ଦିର ସମ୍ମୁଖ ବର ଗଛ ମୂଳେ ଜୀବନ ଅତିବାହିତ କରୁଛନ୍ତି ।

କେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ଓ କଞ୍ଜାମେଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋ ମିଟର ଦୂରରେ ପୁରୁଣା ନୂଆଗାଁ ଶିବ ମନ୍ଦିର । ଶିବ ମନ୍ଦିର ସମ୍ମୁଖରେ ବର ଗଛ ଓ ରାଜ୍ୟ ସରକାରଙ୍କ ଏକ ଧାନ ଖଳା ରହିଛି। ଏ ଧାନ ଖଳା ଓ ଶିବ ମନ୍ଦିର ସମ୍ମୁଖ ବର ଗଛ ମୂଳେ ଶୀତ କାକର ରେ ଖୋଲା ଆକାଶରେ ଜୀବନ ଅତିବାହିତ କରୁଛନ୍ତି।  ରାଜ୍ୟ ସରକାର ଙ୍କ ଗରିବ ଓ ଅସହାୟ ମାନଙ୍କ ପାଇଁ ଅନେକ ଯୋଜନା ରହିଛି, ଯଦି ଏ ଅସହାୟ ବୃଦ୍ଧ ଙ୍କୁ ନେ଼ଇ କୋଉଠି ଥଇଥାନ କରାଯାଇ ପାରନ୍ତା ତାହାଲେ ସେ ଉପକୃତ ହୁଅନ୍ତା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The old man's life is spent under the tree | Argus News