ମତଦାନ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ
·2 years ago·1 min read

ନୟାଗଡ : ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ ମତଦାନ। ଏଥିପାଇଁ ଭୋଟରଙ୍କ ମନରେ ଲାଗି ରହିଛି ନାହିଁ ନ ଥିବା ଉତ୍ସାହ । ଏଭଳି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି ଭାପୁର ବ୍ଲକ ବାଘୁଆପଲି ପଞ୍ଚାୟତ ପଥରପୁଞ୍ଜି ଗ୍ରାମରେ ଜଣେ ବୟସ୍କା ମହିଳା କୁମୁଦିନୀ ଦଳେଇ (୬୫) ଭୋଟ ଦେବା ପାଇଁ 167 ନମ୍ବର ବୁଥରେ ମେସିନ ଖରାପ ରହିଥିବାରୁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଥିଲେ।
ମେସିନ କାମ କରିବା ପରେ ମହିଳା ଜଣକ ଭୋଟ ଦେଇଥିଲେ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଦୀର୍ଘ ସମୟ ଧରି ଛିଡ଼ାହୋଇ ଅତ୍ୟଧିକ ଖରା ଗରମ ଯୋଗୁଁ ହଠାତ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏହାକୁ ନେଇ ପରିବାରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: