Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

Odisha

ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

Smruti Parija
Browse all articles by Smruti Parija
·1 year ago·1 min read
ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ରେ ଭତ୍ତା ଆଣିବାକୁ ହିନସ୍ଥା ହେଉଛନ୍ତି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆ ଗାଁରେ। ଏହି ଗ୍ରାମର ମହ୍ଲାର ସାହିର ବୃଦ୍ଧା ପଥିରି ଦେହୁରୀ ମାସିକ ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଛନ୍ତି। ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ ମାସିକ ଭତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଯାଉଛନ୍ତି ବୁଢି ମାଉସୀ ଜଣକ। 

ସରକାରୀ ଯୋଜନାର ସଠିକ ରୂପାୟନ ଏଠି ସାତ ସପନ ପାଲଟିଛି। ଜଣେ ବୃଦ୍ଧା ଭତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଆସିବା ଘଟଣା ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ପ୍ରତ୍ୟେକ ଦିନ ବୃଦ୍ଧା ଜଣକ ଏମିତି ଘୁଷୁରୀ ଘୁଷୁରୀ କରୁଛନ୍ତି ଦୈନଦିନ ଜୀବନର କାର୍ଯ୍ୟ। ତେବେ ପ୍ରଶାସନ କେବେ ବୃଦ୍ଧା ପଥିରୀ ଦେହୁରୀ ଙ୍କୁ ଟ୍ରାଇ ସାଇକେଲ ଟିଏ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The old woman-for-allowance money-in-keonjhar | Argus News