ହୁତୁ ହୁତୁ ହୋଇ ଜଳୁଛି ପିଆଜ ଟ୍ରକ
·2 years ago

ଅର୍ଗସ ବ୍ୟୁରୋ: ହୁତୁ ହୁତୁ ହୋଇ ଜଳୁଛି ପିଆଜ ଟ୍ରକ୍। 49ନଂ ଜାତୀୟ ରାଜପଥର ବାଙ୍ଗିରିପୋଷିର ଦ୍ଵାରଶୁଣି ଘାଟି ଆରମ୍ଭରେ ଜଳୁଛି ଟ୍ରକ। ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ବିଶୋଇ ପଟୁ କଲିକତା ଅଭିମୁଖେ ଯାଉଥିବା ସମୟରେ ରାଜପଥ ମଝିରେ ହୁତୁ ହୁତୁ ହୋଇ ଜଳୁଛି।
ଡ୍ରାଇଭର ଓ ହେଲପରର କୌଣସି ସୂଚନା ମିଳିନାହିଁ। ସେପଟେ ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ତେବେ କିଭଳି ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: