Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୁମ୍ କାରରେ ନିଜ କାର ଲଗାଇ ମାଲିକ ହଟହଟା

Odisha

ଜୁମ୍ କାରରେ ନିଜ କାର ଲଗାଇ ମାଲିକ ହଟହଟା

Ritu Das
Browse all articles by Ritu Das
·2 years ago·1 min read
ଜୁମ୍ କାରରେ ନିଜ କାର ଲଗାଇ ମାଲିକ ହଟହଟା

ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵରରେ ଜୁମ କାରରେ ଗାଡି ଭଡାରେ ଲଗାଇ ହଟହଟା ହେଉଛନ୍ତି ଗାଡି ମାଲିକ । ବିନା ଲାଇସେନ୍ସରେ ଚାଳକ ମାନେ ଗାଡି ଚଳାଉଛନ୍ତି। ଗାଡି ଦୁର୍ଘଟଣା ଗ୍ରସ୍ତ ହେଲେ ଶୁଣୁ ନାହାନ୍ତି ଜୁମ କାର ସଂସ୍ଥାର ଅଧିକାରୀ। ଯାହା ଫଳରେ ଗାଡି ମାଲିକ ମାନେ କାର ଭଡ଼ାଦେଇ ଚିନ୍ତାରେ ରହୁଛନ୍ତି। ଥାନାରେ ଅଭିଯୋଗ କଲେ ଶୁଣୁନାହାନ୍ତି ଥାନା ବାବୁ। ଏଭଳି ଘଟଣା ଘଟିଛି ପାହାଳ ଥାନା ଅଧୀନ ଉତ୍କଳ ହାଇଟ୍ସ ଆପାର୍ଟମେଣ୍ଟରେ ରହୁଥିବା ସଂଗ୍ରାମ ରାଉତଙ୍କ ସହିତ। ସଂଗ୍ରାମ ରାଉତ 2022 ମସିହାରେ ଜୁମ କାର ସଂସ୍ଥାରେ ତାଙ୍କର କାର ଟିକୁ ଭଡାରେ ଲଗାଇଥିଲେ। 

କିଛି ଦିନ ଚାଲିଲା ପରେ ହଠାତ ଜଣେ ଭଦ୍ର ବ୍ୟକ୍ତି ଗାଡିଟିକୁ ଭଡାରେ ନେଇ ଥିଲେ। ଗାଡି ନେଲା ବେଳେ ଭଦ୍ରବ୍ୟକ୍ତି ଜଣଙ୍କ ତାଙ୍କର ଡ୍ରାଇଭିଂ ଲାଇସେନ୍ସର ନକଲ ସଂସ୍ଥାରେ ଦେଇଥିଲେ। ମାତ୍ର କିଛି ଘଣ୍ଟା ପରେ ଗାଡିଟି ଇନଫୋସିସ ଥାନା ଅଧୀନରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେଥିରେ ଡ୍ରାଇଭର୍ ଜଣଙ୍କ ବିନା ଲାଇସେନ୍ସ ଓ ମାଦକ ଦ୍ରବ୍ୟ ସେବନ କରି ଚଳାଇ ଗାଡିକୁ ଦୁର୍ଘଟଣା ଗ୍ରସ୍ତ କରିଥିବା ଜଣା ପଡିଥିଲା। ଏହାପରେ ଜୁମ କାର ସଂସ୍ଥାର କର୍ମଚାରୀ ମାନେ ଗାଡ଼ିଟିକୁ ଥାନା ରୁ ନେଇ ଏକ ଗ୍ୟାରେଜରେ ମରାମତି ପାଇଁ ଦେଇଥିଲେ। ଦୀର୍ଘ 2 ବର୍ଷ ହେଲେ ସୁଦ୍ଧା ଗାଡି ମାଲିକ ସଂଗ୍ରାମ ରାଉତ ଗାଡିର ପତା ନ ପାଇ ଜୁମ କାର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନେ କିଛି ନ ବୁଝିବାରୁ ସଂଗ୍ରାମ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The owner is facing | Argus News