Videos
|
Odisha

Dhana Mandi / ଖୋଲିବ ଧାନ ମଣ୍ଡି, ଆରମ୍ଭ ହେବ ଧାନ କିଣା

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଖୋଲିବ ଧାନ ମଣ୍ଡି, ଆରମ୍ଭ ହେବ ଧାନ କିଣା
Mandi

Key Points

ଆଜି ନୂଆପଡା ଜିଲ୍ଲାରେ ଖୋଲିବ ଧାନ ମଣ୍ଡି
ଆଜିଠାରୁ ନୂଆପଡା ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା
ଚାଷୀଙ୍କ ପାଇଁ ଖୁସି ଖବର। ଆଜିଠୁ ଉଠିବ ଧାନ। ଆଜି ନୂଆପଡା ଜିଲ୍ଲାରେ ଖୋଲିବ ଧାନ ମଣ୍ଡି, ଆଜି ଠାରୁ ନୂଆପଡା ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା। ଖରିଆର ରୋଡ଼ ସ୍ଥିତ RMC ପରିସରରେ ଖୋଲିବ ମଣ୍ଡି। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ସ୍ଥିର ହୋଇଥିଲା ଧାନ ସଂଗ୍ରହର ତାରିଖ। ନୂଆପଡା ଜିଲ୍ଲାପାଳଙ୍କ ସମେତ ଚାଷୀ ଏବଂ ଅଧିକାରୀମାନେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଚଳିତ ଖରିଫ ଋତୁରେ ନୂଆପଡା ଜିଲ୍ଲାରେ 31 ଗୋଟି ମିଲର୍ସ ମାଧ୍ୟମରେ ଧାନ କିଣିବାର ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ।

ସେହିପରି ଚଳିତ ଖରିଫ ଋତୁରେ 51341 ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତେର ଲକ୍ଷ ଚଉସ୍ତରି ହଜାର କ୍ୱିଣ୍ଟାଲ ଟାର୍ଗେଟ ଆସିଛି। ଜିଲ୍ଲାର 51 ଗୋଟି ପ୍ୟାକ୍ସ ର 79 ଗୋଟି ମଣ୍ଡି ଏବଂ 10 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯିବ ଧାନ ସଂଗ୍ରହ। ସେହିପରି ଜିଲ୍ଲାର ସିମାବର୍ତ୍ତୀ ଅଂଚଳରେ ବେଆଇନ ଧାନ ଚାଲାଣକୁ ରୋକିବାକୁ ଗଠନ କରାଯାଇଛି ସ୍ୱତନ୍ତ୍ର ସ୍ୱାର୍ଡ। ଅନ୍ୟପଟେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ । ରାଜ୍ୟରେ ଲାଗି ରହିଥିବା ମଣ୍ଡି ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଓ ୩୦ ଜିଲ୍ଲାର ମିଲରଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଲରଙ୍କର ଯେଉଁ ମୌଳିକ ସମସ୍ୟା ଥିଲା ତାକୁ ପୂରଣ ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ଧାନ କିଣା ସମସ୍ୟାର ହେଲା ସମାଧାନ

ତେବେ ଏଗ୍ରିମେଣ୍ଟ କରି ଧାନ ଉଠାଯିବ। ଯାହାକୁ ଦୃଷ୍ଟିରେ ରଖି ଆଜିଠାରୁ ନୂଆପଡା ଜିଲ୍ଲାରେ ଖୋଲିବ ଧାନ ମଣ୍ଡି। ସେପଟେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ ମୁଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲି । ଅନୁରୋଧ କ୍ରମେ, ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡବଲ ଇଞ୍ଜିନ୍ ସରକାର ସବୁବେଳେ 'ଅନ୍ନଦାତା'ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି । ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ଓଡ଼ିଶାର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ମୋଦି ସରକାରଙ୍କ ଏହି ସମୟୋଚିତ ନିଷ୍ପତ୍ତି ରାଜ୍ୟର ଅର୍ଥନୀତି ଓ ଆମ ଚାଷୀ ଭାଇଭଉଣୀଙ୍କ ହାତମୁଠାକୁ ମଜଭୁତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories