ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ, ସ୍କୁଲ ସଫାସୁତୁରା କରାଯାଇନଥିବା ଅଭିଯୋଗ
·2 years ago

ଅର୍ଗସ ବ୍ୟୁରୋ: ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟ ଖୋଲିବା ପୂର୍ବରୁ ସଫାସୁତୁରା କରାଯାଇନଥିବା ଅଭିଯୋଗ । ବିଦ୍ୟାଳୟ ପରିସରରେ ଜଙ୍ଗଲ ହେବା ସହ ବାଲି ଠୁଳ ହୋଇରହିଥିବା ଅଭିଯୋଗ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଫିସ ଘରେ ତାଲା ପକାଇଛନ୍ତି ଅଭିଭାବକ । ସ୍କୁଲ ଘର, ସ୍କୁଲ ପରିସର ସଫା ସୁତୁରା ରହିଲେ ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ହେଲେ ଏଠି କିନ୍ତୁ ସ୍କୁଲ ପରିସରରେ ମଇଳା ଜମା ହୋଇ ରହିଛି। କେହି ସଫା କରୁନଥିବା ଅଭିଯୋଗ ହେଉଥିବାବେଳେ ଶିକ୍ଷୟତ୍ରୀମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ ଉଠୁଛି।
ବାରମ୍ୱାର ଅଭିଭାବନମାନେ ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ବାଧ୍ୟ ହୋଇ ଅଭିଭାବକମାନେ ମିଶି ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: