Videos
|
Odisha

ମହାନଦୀରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Ritu Das
Browse all articles by Ritu Das
·2 years ago
ମହାନଦୀରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ -ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ଆଜି ଭୋରୁ ଭୋରୁ ବାହାକୁଦ ପଟୁ 100 ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ପାରାଦୀପ ଅଭିମୁଖେ  ଯାଉଥିବା ବେଳେ ମହାନଦୀ ମଝିରେ ଇଞ୍ଜିନ ତ୍ରୁଟି ଯୋଗୁ ୨ଟି ଡଙ୍ଗା ଅଚଳ ହୋଇଗଲା। 

ଡଙ୍ଗାରେ ଥିବା ୧୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ମହାନଦୀ ମଝିରେ ପ୍ରାୟ ତିନିଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ତେବେ ପେଟପାଟଣା ପାଇଁ କାମ କରିବାକୁ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ଛୋଟ ଛୋଟ ମାଛ ଧରା ଡଙ୍ଗାରେ ଅସୁରକ୍ଷିତ ଭାବେ ପାରି ହେଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି l ଏତେ ବଡ ଅଘଟଣ ଘଟିଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The passenger boat | Argus News