Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଖଟିଆରେ ବୁହା ହେଲେ ରୋଗୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ଖଟିଆରେ ବୁହା ହେଲେ ରୋଗୀ

ଅର୍ଗସ ବ୍ୟୁରୋ:  କାଦୁଅ ରାସ୍ତା ଦେଲା ଯନ୍ତ୍ରଣା। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିବନି କହି ମନା କରି ଦେଇଥିଲା। ପୁଣି ଖଟିଆରେ ବୁହା ହେଲେ ରୋଗୀ । କେନ୍ଦୁଝର ଖୁଂଟା ବ୍ଲକ ମହ୍ଲାରପଦା ବଢେଇପହଁରା ଉପରସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଉପରସାହିର ଯୋଗେନ୍ଦ୍ର ସିଂଙ୍କୁ ଜ୍ବର ଏବଂ ବାନ୍ତି ଲାଗି ରହିଲା । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା।

ଶେଷରେ ପରିବାରଲୋକ ଏକ ଖଟିଆରେ ଗୁରୁତର ଯୋଗେନ୍ଦ୍ରଙ୍କୁ କାଦୁଅ ଭର୍ତି ରାସ୍ତାରେ ଏକ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଂଚାଇଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ଉଦଳା ଡାକ୍ତରଖାନା ନିଆ ଯାଇଥିଲା । ଏବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସେ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the patient carried on the bed | Argus News