Videos
|
Odisha

ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ । ପ୍ରତିଦିନ ଶହ ଶହ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏବେ ଏହି ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ। ଏପରିକି ବିଭିନ୍ନ ସମୟରେ ଚିକିତ୍ସାଳୟଟି ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟି ଯାଇଛି । କିଛି ଦିନ ତଳେ ଛାତରୁ  ବିଶାଳ କଂକ୍ରିଟ୍ ଖଣ୍ଡ ଖସିପଡ଼ିଥିଲା ।  ଆଉଟ୍ ଡୋର ନିକଟରେ ଧାଡ଼ିରେ ଠିଆ ହୋଇଥିବା ୨ଜଣ ଲୋକଙ୍କ ଉପରେ ପଡିଯାଇଥିଲା । ଏଥିରେ ୨ଜଣ ଆହତ ହୋଇ ଚିକିତ୍ସିତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ଏହି ଚିକିତ୍ସାଳୟ ମରାମତି ହୋଇଥିଲା । ନିମ୍ନ ମାନର ମରାମତି କାମ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଛାତରୁ କଂକ୍ରିଟ ଖସୁଥିବା ଅଭିଯୋଗ ହୋଇଛି । ଫଳରେ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିବାକୁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । ଏପରିକି ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତର ମାନେ ମଧ୍ୟ ନିଜକୁ ସୁରକ୍ଷିତ ଭାବୁନାହାନ୍ତି। ପୂର୍ବ ସରକାରରେ ସ୍ବାସ୍ଥ୍ୟ ସେବାରେ ମିଛ ବିକାଶର ନାରା ପିଟୁଥିଲା ବିଜେଡି ସରକାର । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ଏହାର ବାସ୍ତବତା ଜଳ ଜଳ ହୋଇ ପଦାରେ ପଡିଯାଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The patient is afraid to go to the hospital for treatment | Argus News