ମେଡିକାଲରେ ଅବ୍ୟବସ୍ଥା କାରଣରୁ ହନ୍ତସନ୍ତ ରୋଗୀ
·1 year ago

ଅର୍ଗସ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ ବିକଳ ଚିତ୍ର । ନିଜ ଘରୁ ପଙ୍ଖା ଆଣି ଚିକିତ୍ସିତ ହେଉଛନ୍ତି ରୋଗୀ । ମେଡିକାଲରେ ଅବ୍ୟବସ୍ଥା କାରଣରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ । ପ୍ରଚାର ପ୍ରସାରରେ ବାହା ବାହା ନେଉଛନ୍ତି ରାଜ୍ୟ ସରକାର । ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ ଗରମରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ରାଉଲକେଲା ସରକାରୀ ଡାକ୍ତରଖାନାର ବିକଳ ଚିତ୍ର ଲୋକମାନେ ନିଜ ଘରୁ ପଙ୍ଖା ଆଣି ଟ୍ରିଟମେଣ୍ଟ ହେଉଛନ୍ତି। ରାଜ୍ୟ ସରକାର ସେପଟେ ବିକାଶର କଥା କହୁଥିବା ବେଳେ rgh ମେଡ଼ିସିନ ୱାର୍ଡ ର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରୁଛି।
ରାଜ୍ୟରେ ଯେଉଁଭଳି ଭାବରେ ତାତି ଅନୁଭୂତ ହେଉଛି, ଏଭଳି ପରିସ୍ଥିତିରେ ଲୋକେ ମେଡିକାଲରେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଦେଖିଲେ ଅସ୍ତବ୍ୟସ୍ତ ଲାଗୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: