Videos
|
Odisha

ଖଟିଆରେ ବୁହା ହେଲେ ରୋଗୀ

Ritu Das
Browse all articles by Ritu Das
·1 year ago
ଖଟିଆରେ ବୁହା ହେଲେ ରୋଗୀ

ଅର୍ଗସ ବ୍ୟୁରୋ: ବିଜେଡିର ଅପାରଗତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଆଜିବି ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ । ଆହତ ମହିଳାଙ୍କୁ ହସ୍ପିଟାଲ ଆଣିବା ପାଇଁ ଗାଁ ଭିତରକୁ ପଶି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଖଟିଆରେ ବୋହିଲେ ପରିବାର ଲୋକେ। 

ସୂଚନା ଅନୁଯାୟୀ ଜଳେଶ୍ୱର ବ୍ଲକ ଚମାରଗାଁ ପଞ୍ଚାୟତ ଶିଆଳଗଡିଆ ଗାଁ ରେଖାବତୀ ସିଂ କାମ କରୁଥିବା ବେଳେ ପଡିଯାଇ ଗୋଡ଼ ଭାଙ୍ଗିଯାଇଥିଲା। ଯାହା ଫଳରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ମୁଖ୍ୟରାସ୍ତାରୁ ଶିଆଳଗଡିଆ ଗାଁକୁ ଦେଢ଼ କିଲୋମିଟର ରାସ୍ତା କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଗାଁ ଭିତରକୁ ପ୍ରବେଶ କରିବା ସମୟରେ ଆମ୍ବୁଲାନ୍ସ ଆଗ ଚକ ଖାଲରେ ଫସି  ଯିବା ସହିତ ଆଗକୁ ଯାଇ ପାରି ନଥିଲା। ଯାହା ପାଇଁ ପାଖାପାଖି ଗୋଟିଏ କିଲୋମିଟର ଖଟିଆରେ ମହିଳାଙ୍କୁ ବୁହା ହେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

The patient | Argus News