ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି ମାଙ୍କଡଗୋଡାବାସୀ

ଅର୍ଗସ ବ୍ୟୁରୋ: ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୁହାଲଡ଼ାଙ୍ଗରି ଗ୍ରାମପଞ୍ଚାୟତର ମାଙ୍କଡଗୋଡ଼ା ଗ୍ରାମରେ । ନା ଏମାନଙ୍କ ପାଖରେ ପହଞ୍ଚି ପାରିଛି ଶୁଦ୍ଧ ପାନୀୟ ଜଳ, ନା ଶିକ୍ଷା, ନା ସ୍ବାସ୍ଥ୍ୟ, ନା ଆବାସ ଯୋଜନାରେ ଘର । ଯଦିଓ ଗୋଟିଏ ବିଦ୍ୟାଳୟ ରହିଥିଲା ତାହା ମଧ୍ୟ ବନ୍ଦ ପଡ଼ି ରହିଛି। ଗ୍ରାମବାସୀଙ୍କ ରୋଜଗାର କହିଲେ କେବଳ ଜଙ୍ଗଲଜାତ ଦ୍ରବ୍ୟ । ଫଳରେ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି ଜଙ୍ଗଲରେ ରହୁଥିବା ଅଧିବାସୀ ।
ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ୨୪ ବର୍ଷର ସ୍ଥାୟୀ ବିଜେଡି ସରକାରର ଅପାରଗତା ଯୋଗୁଁ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି ଜନଜାତି। ହେଲେ ଏବେ ରାଜ୍ୟରେ ବିଜେପି ସରକାର ଆସିଥିବା ବେଳେ ସେମାନଙ୍କ ଭାଗ୍ୟ ସୁଧୁରିବା ନେଇ ବେଶ ଆଶାବାଦୀ ଅଛନ୍ତି ଆଦିବାସୀ ଓ ଖଡ଼ିଆ ସଂପ୍ରଦାୟର ଲୋକ।
ଅଧିକ ପଢ଼ନ୍ତୁ ଓଡିଶା ଖବର: