Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଚ୍ଚା ରାସ୍ତା ଭରସାରେ ଦିନ କାଟୁଛନ୍ତି ସିଙ୍ଗାରପୁରବାସୀ

Odisha

କଚ୍ଚା ରାସ୍ତା ଭରସାରେ ଦିନ କାଟୁଛନ୍ତି ସିଙ୍ଗାରପୁରବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଚ୍ଚା ରାସ୍ତା ଭରସାରେ ଦିନ କାଟୁଛନ୍ତି ସିଙ୍ଗାରପୁରବାସୀ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ସଡକ ଚିନ୍ତା। କଚ୍ଚା ରାସ୍ତା ଭରସାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ଏ ହେଉଛି ମୟୂରଭଞ୍ଜ ଯଶିପୁର ବ୍ଲକ ମାଟିଆଗଡ ଗ୍ରାମପଞ୍ଚାୟତର ସିଙ୍ଗାରପୁର । ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଖି ଆପଣ ସରକାରଙ୍କ ସଡକ ଯୋଜନାର ସଫଳତା ବିସୟରେ ନିଶ୍ଚିତ ଭାବେ ସ୍ଫଷ୍ଟ ହେଇ ଯାଉଥିବେ। କଂକ୍ରିଟ ପକ୍କା ରାସ୍ତା ନିର୍ମାଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସିଙ୍ଗାରପୁର ଗ୍ରାମବାସୀ ଲିଖିତ ଦାବି ପତ୍ର ପ୍ରଦାନ କରିବା ପରେ ବି ସମସ୍ୟାର ସମାଧାନ ହୋଇ ପାରିନି ।

ସିଙ୍ଗାରପୁର ଗାଁରେ ଜନ ସଂଖ୍ୟା ପ୍ରାୟ ହଜାରେ ପାଖାପାଖି। ଗ୍ରାମରେ ଅଧିକାଂଶ ଲୋକ ଆଦିବାସୀ,ହରିଜନ ଓ ପଛୁଆ ବର୍ଗର ଅଟନ୍ତି । ଗାଁ ରାସ୍ତା ଦିର୍ଘ ବର୍ଷ ହେବ ଏଭଳି ଅବସ୍ଥାରେ ପଡି ରହିଥିବା ବେଳେ ଏହାର ମରାମତି ପାଇଁ ଦାବି ହୋଇ ଆସୁଛି ମାତ୍ର ପ୍ରଶସାନ ଏହାର ମରାମତି କରୁନି। ତେବେ ଆଗାମି ଦିନରେ ଦାବି ପୁରଣ ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସରକାର ଗାଁ ଗାଁକୁ ରାସ୍ତା ସଂଯୋଗ କରୁଥିବା କଥା କହୁଥିବା ବେଳେ ରାଜ୍ୟରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ସଂଯୋଗ ହୋଇ ପାରିନି ଆଉ ଯେଉଁଠି ହୋଇ ପାରିଛି ସେଠିବି ମରାମତି ଅଭାବରୁ ଏଭଳି ଦୁରାବସ୍ଥା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The people of Singarpur are spending their days in hope of a dirt road | Argus News